ଦ୍ବିତୀୟ ବଲିଉଡ୍‌ ଚଳଚ୍ଚିତ୍ର ପାଇଁ ସ୍ବାକ୍ଷର କଲେ ବିଶ୍ବ ସୁନ୍ଦରୀ ମାନୁଷୀ ଚିଲର୍‌

ମୁମ୍ବାଇ: ଆପଣ ଜାଣିଥିବ‌େ ନିଶ୍ଚୟ ଯେ ବିଶ୍ବ ସୁନ୍ଦରୀରୁ ଅଭିିନେତ୍ରୀ ପାଲଟିିଥିବା ମାନୁଷୀ ଚିଲରଙ୍କ ପ୍ରଥମ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ ଏଯାଏ ରିଲିଜ୍‌ ନ ହୋଇ ମଧ୍ୟ ବଲିଉଡ୍‌ରେ ଧମାଲ୍‌ ମ‌ଚାଇ ସ‌ାରିଛି। ମାନୁଷୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୂଆ ଖବର। ଶୁଣିବାକୁ ମିଳୁଛି ଯେ ମାନୁଷୀ ତାଙ୍କର ଦ୍ବିତୀୟ ବଲିଉଡ୍‌ ଚଳଚ୍ଚିତ୍ରରେ ଖୁବ୍‌ ଶୀଘ୍ର ନଜର ଆସିବେ।

ୟଶ ରାଜ ଫିଲ୍ମସ୍‌ର ଏକ କମେଡି ଚଳଚ୍ଚିତ୍ରରେ ଅଭିନେତା ଭିକି କୌଶାଲ୍‌ଙ୍କ ବିପକ୍ଷରେ ନଜର ଆସିବେ ବିଶ୍ବ ସୁନ୍ଦରୀ ମାନୁଷୀ। ସେପ୍ଟେମ୍ବର ୨୭ ତାରିଖରେ ଏହି ସିନେମାର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ୟଶ ରାଜ ଫିଲ୍ମସ୍ ତା’ର ୫୦ତମ ଜୟନ୍ତୀ ପାଳନ କରି ଆଗାମୀ ୫୦ଟି ଚଳଚ୍ଚିତ୍ରର ତାଲିକା ଜାରି କରିବ ବୋଲି ସୂୂଚନା ରହିଛି।

The Fact News

ମାନୁଷୀ ଓ ଭିକିଙ୍କ ବ୍ୟତୀତ ଅନ୍ୟ କିଛି ଲୋକପ୍ରିୟ ତାରକାରଙ୍କର ଚଳଚ୍ଚିତ୍ରର ବି ୟଶ ରାଜ ଫିଲ୍ମସ୍‌ ଘୋଷଣା କରିବ ବୋଲି ଆଶା କରାଯାଉଛି। ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନଙ୍କ ପଠାଣ, ସଲମାନ ଖାନଙ୍କ ଟାଇଗର୍‌-୩ ମଧ୍ୟ ଏହି ତାଲିକାରେ ଥିବା ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କରୋନା ଭାଇରସ୍‌ର ମୁକାବିଲା କରିବାକୁ ଆଗ ଧାଡ଼ିରେ କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏକ ଅଣ ଲାଭ ସଂସ୍ଥା ସହ ଯୋଡ଼ି ହୋଇଛନ୍ତି ପୂର୍ବତନ ବିଶ୍ବ ସୁନ୍ଦରୀ ତଥା ଅଭିନେତ୍ରୀ ମାନୁଷୀ ଚିଲର। ଅନ୍‌ଲାଇନ୍‌ରେ ଆୟୋଜିତ ହେବାକୁ ଥିବା ଏକ ପେଣ୍ଟିଂ ପ୍ରତିଯୋଗିତାରେ ନିଜ ତିଆରି ଏକ ପେଣ୍ଟିଂକୁ ନିଲାମ ଡାକିବେ ମାନୁଷୀ। କୋଭିଡ୍‌-୧୯ ପରିସ୍ଥିିତିରେ ଆଗ ଧାଡ଼ିରେ ରହି କାମ କରୁଥିବା କରୋନା ଯୋଦ୍ଧମାନଙ୍କୁ ସୁରକ୍ଷା କିଟ୍‌(ପିପିିଇ କିଟ୍‌) ଯୋଗାଇବା ପାଇଁ ମାନୁଷୀ ଆଗେଇ ଆସିଛନ୍ତି।

ସମ୍ବନ୍ଧିତ ଖବର