ପ୍ରଥମ ସିନେମାରେ ହିଁ ଅନ୍ତରଙ୍ଗ ଦୃଶ୍ୟ ଦେଇ ଚର୍ଚ୍ଚିତା ଏହି ଓଡ଼ିଆ ନାୟିକାମାନେ ଆଜି କେଉଁଠି ?

ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡକୁ ଏମିତି କିଛି ହିରୋଇନ୍‌ ଆସିଥିଲେ,ଯେଉଁମାନେ ବଡ଼ ବ୍ରେକ୍‌ ପାଇଥିଲେ। ବଡ଼ ସିନେମାରୁ କ୍ୟାରିଅର୍‌ ବି ଆରମ୍ଭ କରିଥିଲେ। ଏହି ନାୟିକା ମାନଙ୍କମଧ୍ୟରୁ କେତେକ ପ୍ରଥମ ସିନେମାରେ ହିଁ ଅନ୍ତରଙ୍ଗ ଦୃଶ୍ୟ ଏପରିକି ଚୁମ୍ବନ ଦୃଶ୍ୟରେ ବି ଅଭିନୟ କରିଥିଲେ। ଏମାନଙ୍କ ଭିତରୁ କେତେଜଣ ଓଡ଼ିଆ ସିନେ ଜଗତରେ ହଲଚଲ୍‌ ମଚାଇଥିଲେ ,କିନ୍ତୁ ଗୋଟିଏ ସିନେମା ପରେ ସେମାନେ ବଡ଼ ପରଦାରୁ ଗାଏବ । ଆସନ୍ତୁ ସେଭଳି ଓଡ଼ିଆ ନାୟିକାଙ୍କ କଥା ଜାଣିବା..

ନିହାରିକା ଦାଶ:ରିଆଲିଟି ସୋ’ ‘କିଏ ହେବ ମୋ’ହିରୋଇନ୍‌’ ସିଜିନ୍‌-ଟୁର ବିଜୟିନୀ ନିହାରିକା ଦାଶଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ତୁ କହିବୁ ନା ମୁଁ’। ତରଙ୍ଗ ସିନେପ୍ରଡକସନ୍ସ ବ୍ୟାନରରେ ନିର୍ମିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଷ୍ଟାରସନ୍‌ ଅମ୍ଳାନଙ୍କ ସହ ନଜର ଆସିଥିଲେ ନିହାରିକା।

‘ତୁ କହିବୁ ନା ମୁଁ’ ସିନେମାରେ ଅମ୍ଳାନ ଓ ନିହାରିକାଙ୍କ ଅନ୍ତରଙ୍ଗ ବେଡରୁମ୍‌ ସିନ୍‌ ଖୁବ୍‌ ହଟ୍‌ ଥିଲା। ଏହି ସିନ୍‌ ପାଇଁ ଫିଲ୍ମ ଅଧିକ ଚର୍ଚ୍ଚାରେ ରହିଲା। ନିହାରିକା ଦାଶ ହଟ୍‌ ହିରୋଇନ୍‌ର ମାନ୍ୟତା ପାଇଲେ ସତ,ମାତ୍ର କ୍ୟାରିଅରରେ ଆଗକୁ ଯାଇ ପାରିନାହାନ୍ତି।ଅବଶ୍ୟ ଆଜିକାଲି ତାଙ୍କୁ ଛୋଟ ପରଦାରେ ମେଗା ଧାରାବାହିକ ‘କାଳିଜାଇ’ରେ ଦେଖିବାକୁ ମିଳୁଛି।

ଉତ୍କଣ୍ଠା: ଲୋକପ୍ରିୟ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ବ୍ୟାଚେଲର୍‌’ରେ ନାୟକ ଅଖିଳ ପଟ୍ଟନାୟକଙ୍କ ବିପକ୍ଷରେ ଜଣେ ନବାଗତା ଉତ୍କଣ୍ଠାଙ୍କୁ ଦେଖିବାକୁ ମିଳିଥିଲା। ଉତ୍କଣ୍ଠା ନିଜର ପ୍ରଥମ ଓଡ଼ିଆ ସିନେମାରେ ଯେଉଁଭଳି ହଟ୍‌ ଓ ଇଣ୍ଟିମେଟ୍‌ ସିନ୍‌ କରିଲେ,ତାହା ଅନେକଙ୍କୁ ବିସ୍ମିତ କରିଥିଲା। ଏହାପରେ ଅବଶ୍ୟ ଉତ୍କଣ୍ଠାଙ୍କୁ ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଦେଖିବାକୁ ମିଳିନାହିଁ।

ଶ୍ରୁତି ଦାସମହାପାତ୍ର: ଲୋକନାଥ ବାରିକଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ମୋ ’ଦିଲ କହେ ଇଲୁଇଲୁ’ରେ ନାୟିକାଭାବେ ନଜର ଆସିଥିଲେ ଶ୍ରୁତି ଦାସମହାପାତ୍ର। ସେ ୨୦୧୬ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ନୂଆ ନାୟକ ଦେବଙ୍କ ସହ ଅନ୍ତରଙ୍ଗ ଦୃଶ୍ୟରେ ବି ଅଭିନୟ କରିଥିଲେ , ହେଲେ ତାପରେ ତାଙ୍କର ଆଉ ବଡ଼ ପରଦାରେ ଦେଖା ମିଳୁନାହିଁ।। ପ୍ରଥମ ସିନେମାରେ ଦ୍ୱୈତ ଭୂମିକା ନିଭାଇଥିବା ଶ୍ରୁତି ଆଗାମୀ ଦିନରେ ଜଣେ ନାୟିକାଭାବେ ଓଲିଉଡରେ ପ୍ରତିଷ୍ଠିତ ହେବେ ବୋଲି ଆଶା କରାଯାଉଥିଲା , କିନ୍ତୁ ଗୋଟିଏ ସିନେମା ପରେ ତାଙ୍କୁ ଆଉ ଦେଖିବାକୁ ମିଳି ନାହିଁ, ଅନ୍ୟ କୌଣସି ଓଡ଼ିଆ ଛବିରେ ।

ସମ୍ବନ୍ଧିତ ଖବର