ଦୁଇଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା‌ ଅଭିନେତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ବିଗବସ୍ ସିଜନ- ୧୩ର ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ କରୋନା ପଜିଟିଭ ଥିବା କଥା ସୋସିଆଲ ମିଡିଆରେ ପୋ‌ଷ୍ଟ କରି ସମସ୍ତଙ୍କୁ ଜଣାଇଛନ୍ତି।

ତେବେ ହିମାଂଶୀ ଖୁରାନା କରୋନା ପଜିଟିଭ ବାହାରିବା ଜଣାପଡ଼ିଥିବା ପରେ କିଛି ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। କାରଣ ଅଭିନେତ୍ରୀ ହିଂମାଶୀ ଦୁଇ ଦିନ ତଳେ ଏକ କୃଷି ବିଲ୍ ବିରୋଧରେ ଚାଷୀଙ୍କୁ ସମର୍ଥନ କରି ବିକ୍ଷୋଭରେ ସାମିଲ ହୋଇ ଥିଲେ। ଦୀର୍ଘ ସମୟ ଧରି ଚାଷୀଙ୍କ ସମର୍ଥନରେ ସୋସାଲ ମିଡିଆରେ ବହୁତ କିଛି ପୋଷ୍ଟ କରୁଥିଲେ। ତେବେ ଏହି ବିକ୍ଷୋଭରେ ସାମିଲ ଥିବା ଲୋକ ଅଭିନେତ୍ରୀ କରୋନା ପଜିଟିଭ ବାହାରିବା ପରେ ଭୟ କରି ଯାଇଛନ୍ତି।

Bigg Boss 13's Himanshi Khurana Tests Positive For COVID-19, After Participating In The Farmer's Protest!
ABP Live – ABP News

ହିମାଂଶୀ ଖୁରାନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘‘ସମସ୍ତଙ୍କୁ କହିବାକୁ ଚାହୁଁଛି ପୂରା ସତର୍କତା ଅବଲମ୍ବନ କରିବା ପରେ ବି ମୁଁ କରୋନାରେ ସଂକ୍ରମିତ ହୋଇଛି। ଦୁଇ ଦିନ ତଳେ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲି। ସେହି ସ୍ଥାନ ଖୁବ୍ ଗହଳି ଥିଲା। ତେଣୁ ସୁଟିଂକୁ ଯିବା ପୂର୍ବରୁ କରୋନା ଟେଷ୍ଟ କରିବା ଚିନ୍ତା କଲି ଓ ରିପୋର୍ଟ ପଜିଟିଭ୍ ଆସିଲା। ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଯାଇ ନିଜନିଜ କରୋନା ପରୀକ୍ଷା କରାଇ ଦିଅନ୍ତୁ। ଏହା ବ୍ୟତୀତ ଆନ୍ଦୋଳନ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ହିମାଂଶୀ।

ସମ୍ବନ୍ଧିତ ଖବର