୫ ବର୍ଷ ବୟସରୁ ଏହି ରୋଗରେ ପୀଡ଼ିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା!ଏହି ଛୋଟ ଜିନିଷଟି ମୋର ବଞ୍ଚିବାର ସାହାରା ବୋଲି ଟ୍ଵିଟ୍‌ କରି କଲେ ଖୁଲାସା

ମୁମ୍ବାଇ : କିଛି ଦିନ ହେବ ବଲିଉଡ୍‌ କଳାକାରମାନେ ବିଭିନ୍ନ ରୋଗରେ ପୀଡ଼ିତ ହେବା ଖବର ସେମାନଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି । ପୂର୍ବରୁ ଇର୍‌ଫାନ୍‌ ଖାନ୍‌ ଏବଂ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ପ୍ରିୟଙ୍କା ନିଜ ରୋଗ ବିଷୟରେ ଖୁଲାସା କରିଛନ୍ତିି । ୫ ବର୍ଷ ବୟସରୁ ସେ ଯେଉଁ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ସେ ନେଇ ନିଜର ଟ୍ଵିଟର ଅକାଉଣ୍ଟକୁ ଯାଇ ଏହାର ଖୁଲାସା କରିଥିବା ଦେଖା ଯାଇଛି । ଇର୍‌ଫାନ୍‌ ଖାନ୍‌,ସୋନାଲି ବେନ୍ଦ୍ରେଏବଂ ଅନୁଷ୍କା ଶର୍ମାଙ୍କ ପରେ ପ୍ରିୟଙ୍କା ଏହି ଗମ୍ଭୀର ରୋଗରେ ପୀଡ଼ିତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି । ୫ବର୍ଷ ବୟସରୁ ସେ ଶ୍ୱାସ ରୋଗରେ ପୀଡ଼ିତ ବୋଲି କହିଥିବା ବେଳେ ସବୁ ବେଳେ ସେ ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଇନ୍‌ହେଲର ବ୍ୟବହାର କରୁଥିବା କହିଛନ୍ତି ।

ମୁଁ ଜାଣିଛି ମୋ ଶ୍ୱାସ ରୋଗ ମୋତେ ନିୟନ୍ତ୍ରଣ କରିବା ପୂର୍ବରୁ ମୋତେ ତାକୁ ନିୟନ୍ତ୍ରଣ କରିବାକୁ ହେବ । ଯାହା ମୁଁ ୫ବର୍ଷ ବୟସରୁ କରିବା ଆରମ୍ଭ କରିଛି । ଏହି ରୋଗ ମୋତେ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ରୋକି ପାରିବ ନାହିଁ । ଅନେକ ଥର ଷ୍ଟେଜ୍‌ ସୋ’ କରିବା ସମୟରେ ମୋତେ ଅସୁବିଧା ହୋଇଥାଏ । କିନ୍ତୁ ମୁଁ ଚିନ୍ତିତ ନ ହୋଇ ନିଜ କାମ ଠିକ୍‌ ଭାବରେ କରିବାକୁ ଚେଷ୍ଟା କରିଥାଏ ବୋଲି ସେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର