ରୋହିତ ସେଟ୍ଟୀଙ୍କ ନୂଆ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ରାଣୀ ମୁଖାର୍ଜୀ!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦେଶକ ରୋହିତ ସେଟ୍ଟୀଙ୍କ ନୂଆ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହି ସିନେମା ଗତ କିଛି ଦିନ ହେଲାଣି କୌଣସି ନା କୌଣସି କାରଣରୁ ଚର୍ଚ୍ଚାର ବିଷୟ ହୋଇଛି ।
ଏବେ ବଲିଉଡରେ ଚର୍ଚ୍ଚା ହେଉଛି କି ଏଥିରେ ବଲିଉଡର ମର୍ଦାନୀ ରାଣୀ ମୁଖାର୍ଜୀ ବି ନଜର ଆସିବେ। ରିପୋର୍ଟ ଅନୁଯାୟୀ, ରଣବୀର ସିଂହ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ବ୍ୟତୀତ ରାଣୀ ମୁଖାର୍ଜୀ ମଧ୍ୟ ଏହି ସିନେମାର କ୍ଳାଇମାକ୍ସରେ ନଜର ଆସିବେ । ରୋହିତ ଏହାର କ୍ଳାଇମାକ୍ସ ପାଇଁ ଜଣେ ଦୃଢ଼ମନା ମହିଳା ପୁଲିସ୍‌ ଅଧିକାରଙ୍କ ସନ୍ଧାନରେ ଥିଲେ । ତେଣୁ ସେ ରାଣୀଙ୍କୁ ଏଥିରେ କାଷ୍ଟ କରିବା ଲାଗି ମନ ବଳାଇଥିଲେ ବୋଲି କୁହାଯାଉଛି। ତେବେ ଏନେଇ କୌଣସି ଆଧିକାରିକ ଘୋଷଣା ହୋଇ ନ ଥିବା ଜଣାପଡ଼ିଛି ।

Image result for suryavanshi
image source-ndtv

ରାଣୀ ଏହା ପୂର୍ବରୁ ‘ମର୍ଦାନୀ-’୨ରେ ଫିମେଲ କପ୍‌ ଭୂମିକାରେ ନଜର ଆସିଛନ୍ତି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ପାର୍ଟ ‘ମର୍ଦାନୀ’ରେ ମଧ୍ୟ ଅଭିନୟ କରିଥିଲେ । ଅଜୟ ଦେବଗନ୍‌, ରଣବୀର ସିଂ, ଏବଂ ଅକ୍ଷୟ କୁମାରଙ୍କ ସହିତ ରାଣୀ ମୁଖାର୍ଜୀଙ୍କୁ ନେଇ ରୋହିତ ଏକ ଜବରଦସ୍ତ କ୍ଳାଇମ୍ୟାକ୍ସ ସିନ୍ ସୁଟିଂ କରିଥିବା କୁହାଯାଉଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି ।

ସୂଚନାଯୋଗ୍ୟ, ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ପୁଣି ଥରେ କାଟ୍ରିନା କୈଫ୍‌ ନଜର ଆସିବେ। ରୋହିତ ସେଟ୍ଟୀଙ୍କ ସହ ପ୍ରଥମ ଥର ଲାଗି ଏ ଦୁଇ କଳାକାର ଏକାଠି କାମ କରୁଛନ୍ତି ।

ସମ୍ବନ୍ଧିତ ଖବର