ରିଚା କେବଳ ନିଜ ଧର୍ମର ଯୁବକଙ୍କୁ ହିଁ ବିବାହ କରିବେ

ଆସନ୍ତା ମାସରେ ରିଚା ଚଡ଼୍‍ଢ଼ାଙ୍କୁ ତେତିଶ ପୂରିବ। ଏ ପର୍ଯ୍ୟନ୍ତ ସେ ସିଙ୍ଗଲ୍‌। ଏକଲା ରହୁଛନ୍ତି ମୁମ୍ବଈରେ। ଘରେ କେବଳ ତିନିଟି ପୋଷା ବିଲେଇ। ବୟସ ବଢ଼ୁଥିବାରୁ, ଯୋଗ୍ୟ ପୁରୁଷ ବନ୍ଧୁ ଅନେ୍ଵଷଣ ଆରମ୍ଭ କରିଛନ୍ତି। ରିଚା କୌଣସି ସିନେ-ତାରକାଙ୍କ ସହ ଛନ୍ଦିହେବା ଚାହାଁନ୍ତିନାହିଁ। ଭିନ୍ନ କୌଣସି ପେସାର ଯୁବକ ଦରକାର। ତେବେ, ଧର୍ମ ବାବଦରେ ସାଲିସ କରିବେନାହିଁ। କେବଳ ନିଜ ଧର୍ମର ଯୁବକଙ୍କୁ ହୃଦୟ ଦେବେ ଏବଂ ବିବାହ ଓ ଘର-ସଂସାର କରିବେ। ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ରିଚାଙ୍କ ଏହି ଚିନ୍ତାଧାରା ଅନେକଙ୍କୁ ବିସ୍ମିତ କରିପାରେ। ଅମୃତସରର ଏକ ଉଚ୍ଚ-ଶିକ୍ଷିତ ହିନ୍ଦୁ ପରିବାରରେ ତାଙ୍କର ଜନ୍ମ। ପିତା ପଂଜାବୀ ଓ ମାତା ବିହାରୀ। ଖଲିସ୍ତାନୀ ଆତଙ୍କବାଦ ବେଳେ ଅଧ୍ୟାପକ ପିତା ସପରିବାର ଦିଲ୍ଲୀ ଚାଲିଆସିଥିଲେ। ଭାରତୀୟମାନେ ସଚ୍ଚୋଟ ଧର୍ମ-ନିରପେକ୍ଷ ନୁହନ୍ତି, ବୋଲି ତାଙ୍କର ବିଶ୍ୱାସ। ତେଣୁ, ସ୍ୱ-ଧର୍ମ ତ୍ୟାଗ କରିବେନାହିଁ। ୨୦୦୮ରୁ ବଲିଉଡ୍‌ରେ ସକ୍ରିୟ ଥିବା ରିଚାଙ୍କ ହାତରେ ଏବେ ଗୁଡ଼ିଏ ଫିଲ୍ମ- ‘ଔର ଦେବଦାସ’, ‘କାବ୍‌ରେଟ୍‌’, ‘ଫୁକ୍‌ରେ ରିଟନ୍‌ର୍ସ’, ‘ଲଭ୍‌ ସୋନିୟା’ ଓ ‘ଘୂମକେତୁ’।

ସମ୍ବନ୍ଧିତ ଖବର