ଏଯାବତ୍‌ ଏକାଠି ହୋଇ ନାହାନ୍ତି ସବ୍ୟସାଚୀ,ଅରିନ୍ଦମ୍‌ ଏବଂ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ୍‌ ଯେତେବେଳେ ତାଙ୍କର ପ୍ରଥମ ସିନେମା ‘ପାଗଳ କରିଛି ପାଉଁଜି ତୋର’ର ନିର୍ମାଣ କଲେ ସେତେବେଳେ ସେ ଦୁଇ ଜଣ ହିରୋଙ୍କୁ ନେବେ ବୋଲି ସ୍ଥିର କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ସବ୍ୟସାଚୀ ଏବଂ ଅନ୍ୟ ଜଣକ ହେଲେ ଅରିନ୍ଦମ୍‌ । ଏହାର କଥାବସ୍ତୁରେ ଦୁଇ ନାୟକଙ୍କର ଆବଶ୍ୟକତା ଥିଲା। ସେଥିରେ ଜଣେ ନାୟିକା ଥିଲେ । ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଥମେ ଏହି ସିନେମାରେ ନାୟିକା ଭୂମିକା ଲାଗି ବର୍ଷା ପ୍ରିୟ ଦର୍ଶିନୀଙ୍କୁ ଅଫର୍‌ ଦିଆଯାଇଥିଲା ହେଲେ ସେ ସେହି ସମୟରେ ବଙ୍ଗଳା ସିନେମାର ସୁଟିଂ କରୁଥିବା ହେତୁ ସମୟ ଦେଇପାରି ନଥିଲେ ,ଫଳରେ ସେହି ଚରିତ୍ରରେ ଅଭିନୟ କରିଥିଲେ ଅର୍ଚ୍ଚିତା ।

ସବ୍ୟ ଏବଂ ଅର୍ଚ୍ଚିତା ‘ପାଗଳ କରିଛି ପାଉଁଜି ତୋର’ର ଅଫର୍‌ ସ୍ୱୀକାର କରିଥିଲେ, ହେଲେ ଅରିନ୍ଦମ୍‌ ରାଜି ହୋଇ ନଥିଲେ । କାରଣ ସେତେବେଳେ ସେ ବଙ୍ଗଳା ଫିଲ୍ମରେ ବ୍ୟସ୍ତ ଥିଲେ । ଏହାପରେ ପ୍ରଯୋଜକ ବୁଦ୍ଧାଦିତ୍ୟଙ୍କୁ ଅଫର୍‌ ଦେଇଥିଲେ ଏବଂ ସେ ତତ୍‌କ୍ଷଣାତ୍‌ ରାଜି ହୋଇଥିଲେ । ଯଦି ଅରିନ୍ଦମ୍‌ ଉକ୍ତ ସିନେମାରେ କାମ କରିଥାନ୍ତେ ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହ ତାଙ୍କୁ ଦର୍ଶକ ‘ମୁଁ ସପନର ସୌଦାଗର’ ପରେ ଦ୍ୱିତୀୟ ଥର ଲାଗି ଦେଖିବାକୁ ପାଇଛନ୍ତି ।

ଠିକ୍‌ ସେହିପରି ଯଦି ବର୍ଷା ପ୍ରିୟଦର୍ଶିନୀ ‘ପାଗଳ କରିଛି ପାଉଁଜି ତୋର’ର ଅଫର୍‌ ସ୍ୱୀକାର କରିଥାନ୍ତେ, ତେବେ ସବ୍ୟ,ଅରିନ୍ଦମଙ୍କ ସହ ପ୍ରଥମ ଥର ଲାଗି ତାଙ୍କୁ ଏକାଠି ପ୍ରଥମ ଥର ପାଇଁ ଦେଖିବାକୁ ପାଇଥାନ୍ତେ। ଯାହା ସେତେବେଳେ ହୋଇ ନଥିଲା କି ପରେ ବି ଏଯାବତ୍‌ ସମ୍ଭବ ହୋଇ ନାହିଁ। ଅର୍ଥାତ୍‌ ସବ୍ୟସାଚୀ,ଅରିନ୍ଦମ୍‌ ଏବଂ ବର୍ଷା ପ୍ରିୟଦର୍ଶିନୀ ଏଯାବତ୍‌ ଏକାଠି କୌଣସି ଓଡ଼ିଆ ଛବିରେ କାମ କରି ନାହାନ୍ତି।

ସମ୍ବନ୍ଧିତ ଖବର