ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଓ ସଲମାନ ଟିଜର ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ରେ ଦିନ ୧୧:୦୭ରେ ଟିଜର ମୁକ୍ତିଲାଭ କରିବ ବୋଲି ନିର୍ମାତା ଜଣାଇଛନ୍ତି |

Advertisment

ନାଦିଆଦୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟର ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏନେଇ ପୋଷ୍ଟ କରାଯାଇଛି | ପୋଷ୍ଟରେ ଲେଖାଯାଇଛି ଯେ, “ଆମର ମାନ୍ୟବର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଜୀଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଦୁଃଖର ସହ ଘୋଷଣା କରୁଛୁ ଯେ, 'ସିକନ୍ଦର' ଟିଜରର ରିଲିଜକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ରେ ଦିନ ୧୧:୦୭ରେ ଟିଜର ମୁକ୍ତିଲାଭ କରିବ। ବୁଝିବା ପାଇଁ ଧନ୍ୟବାଦ | # ଟିମ ସିକନ୍ଦର।"