ନ୍ୟୁୟର୍କ ୟୁନିଭରସିଟିରେ ନାମ ଲେଖାଇଲେ ସୁହାନା ଖାନ୍‌, ଭାଇରାଲ୍‌ ହେଲା କଲେଜ୍‌ର ପ୍ରଥମ ଦିନର ଭିଡିଓ

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନଙ୍କ ଲାଡଲୀ ତନୟା ସୁହାନା ଖାନ ପାଠ ପଢ଼ିବାକୁ ନ୍ୟୁୟର୍କ ୟୁନିଭରସିଟିରେ ନାମ ଲେଖାଇଛନ୍ତି। ସୁହାନା କଲେଜ୍‌କୁ ଯାଉଥିବାର ପ୍ରଥମ ଦିନର ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ସୁହାନା ନିଜେ ତାଙ୍କ କଲେଜର ପ୍ରଥମ ଦିନର ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି। ସୁହାନା ସେହି ଭିଡିଓଟିକୁ ଅପ୍‌ଲୋଡ କରିବା ପରେ ତାଙ୍କର ଅନେକ ପ୍ରଶଂସକ ଭିଡିଓଟିକୁ ସେୟାର୍‌ କରିଛନ୍ତି।

ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସୁହାନା ତାଙ୍କ କଲେଜ ପରିସରରେ ଥିବା ସିଡ଼ି ଉପରେ ଚଢ଼ି ଚଢ଼ି ଉପରକୁ ଯାଉଛନ୍ତି। ସୁହାନା ଭିଡିଓ ଅପ୍‌ଲୋଡ କରିବା ପରେ ତାହାକୁ ତାଙ୍କ ମାଆ ଗୌରି ଖାନ୍‌ ସେୟାର୍‌ କରିଛନ୍ତି।

 

 

View this post on Instagram

 

❤️?

A post shared by Suhana Khan (@suhanakhanoffcial) on

ସୁହାନା ତାଙ୍କ ଗ୍ରାଜୁଏସନ୍‌ ଇଂଲଣ୍ଡର ଆର୍ଡିଂଲି କଲେଜରୁ ପଢ଼ିଛନ୍ତି। କିଛି ଦିନ ତଳେ ସୁହାନାଙ୍କର ‘ଦ ଗ୍ରେ ପାର୍ଟ ଅଫ୍‌ ବ୍ଲୁ’ଶୀର୍ଷକର ଏକ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା। ଏହା ଛଡ଼ା ସୁହାନାଙ୍କ ଅଭିନୀୟ ‘ସେକ୍ସପିୟର୍‌’ର କିଛି ଫଟୋ ଓ ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ଏହା ସଂକେତ ଦେଇଥିଲା ଯେ ସେ ଖୁବ୍‌ ଶୀଘ୍ର ଜଣେ ଭଲ ଅଭିନେତ୍ରୀ ହେବେ।

ସମ୍ବନ୍ଧିତ ଖବର