ଆଗକୁ ଆଉ ଦେଇପାରିବି ନାହିଁ, ଆତ୍ମହତ୍ୟାର ୩ ଦିନ ପୂର୍ବରୁ କର୍ମଚାରୀଙ୍କୁ ଦରମା ଦେଇ ଏପରି କହିଥିଲେ ସୁଶାନ୍ତ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଆତ୍ମହତ୍ୟାର କାରଣ ଏବେ ମୁମ୍ବାଇ ପୁଲିସ୍‌ ଖୋଜିବା ଆରମ୍ଭ କରି ଦେଇଛି। ତେବେ ପୁଲିସ୍‌କୁ ସୁଶାନ୍ତଙ୍କ ଆତ୍ମହତ୍ୟା ସଂପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଜାଣିବାକୁ ମିଳିଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର ଭାବନା ଅଚାନକ ନଥିଲା, ସେ ପୂର୍ବରୁ ହିଁ ଏପରି କରିବାକୁ ନିଷ୍ପତ୍ତି ନେଇଥିଲେ।

ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ସୁଶାନ୍ତ ତାଙ୍କ ଆତ୍ମହତ୍ୟାର ୩ ଦିନ ପୂର୍ବରୁ ନିଜ ଗୃହ ସହାୟକ ଏବଂ ଅଫିସ୍‌ କର୍ମଚାରୀମାନଙ୍କୁ ଦରମା ଦେଇ କହିଥିଲେ କି ଆଗକୁ ଆଉ ଦେଇପାରିବି ନାହିଁ।

ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର୍‌ ପୁଲିସ୍‌କୁ ବୟାନ ଦେଇ କହିଛନ୍ତି କି ସୁଶାନ୍ତଙ୍କ ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ତାଙ୍କ ମ୍ୟାନେଜର୍‌ ଦିଶା ସୁଶାନ୍ତଙ୍କୁ ୧୪ କୋଟି ଟଙ୍କାର ଏକ ୱେବ୍‌ ସିରିଜ୍‌ରେ ମୁଖ୍ୟ ଭୂମିକା ଦେବା ପାଇଁ ସାହାଯ୍ୟ କରିବା କଥା କହୁଥିଲେ।

HuffPost India

ପୂର୍ବ ମ୍ୟାନେଜର୍‌ ପୁଲିସ୍‌କୁ ଆହୁରି ବି କହିଛନ୍ତି କି ଦିଶାଙ୍କ ଯିବା ପରେ ସୁଶାନ୍ତ ଖୁବ୍‌ ଦୁଃଖୀ ରହୁଥିଲେ। ସେ ଅଧିକାଂଶ ସମୟରେ ନିଜକୁ କବାଟ ବନ୍ଦ କରି ନିବୁଜ କୋଠରୀରେ ରଖୁଥିଲେ।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍‌ ଏବେ ସୁଦ୍ଧା ୧୦ ଜଣ ଲୋକଙ୍କ ବୟାନ ରେକର୍ଡ କରିଛି। ସୁଶାନ୍ତ କାହିଁକି ଦୀର୍ଘ ଦିନ ଧରି ବିଷାଦଗ୍ରସ୍ତ ରହୁଥିଲେ ଓ ତାଙ୍କ ବିଷାଦଗ୍ରସ୍ତ ରହିବା ପଛର କାରଣ ଜାଣିବା ପାଇଁ ପୁଲିସ୍‌ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର