ମାସକୁ ୯ ହଜାର ଫୋନ ନମ୍ବର, ୫୦୦ ଇମେଲ ଆକାଉଣ୍ଟ ଉପରେ ନଜର ରଖୁଥିଲେ କଂଗ୍ରେସ ସରକାର

ନୂଆଦିଲ୍ଲୀ : ଲୋକମାନଙ୍କ ସ୍ମାର୍ଟଫୋନ ଓ କମ୍ପ୍ୟୁଟର ଉପରେ ନଜର ରଖିବା ପାଇଁ ମୋଦି ସରକାର ଗୁଇନ୍ଦା ସଂସ୍ଥାମାନଙ୍କୁ ଦେଇଥିବା ନିର୍ଦ୍ଦେଶକୁ ନେଇ କଂଗ୍ରେସ ଓ ବିରୋଧୀଦଳମାନେ ପ୍ରଶ୍ନ ଉଠାଉଥିବାବେଳେ ନିଜେ କଂଗ୍ରେସ ହିଁ କ୍ଷମତାରେ ଥିବାବେଳେ ଏହି ନିର୍ଦ୍ଦେଶ ଜାରି କରିଥିଲା ବୋଲି ବିଜେପି କହୁଛି ।

କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କଂଗ୍ରେସ ଶାସନ କ୍ଷମତାରେ ଥିବାବେଳେ ପ୍ରତିମାସରେ ପ୍ରାୟ ୭୫୦୦ରୁ ୯୦୦୦ ଟି ଫୋନ ନମ୍ବର ଓ ୩୦୦ରୁ ୫୦୦ ଇମେଲ ଆକାଉଣ୍ଟଉପରେ ଗୋପନରେ ନଜର ରଖୁଥିଲେ । ୨୦୧୩ରେ ପ୍ରସେନଜିତ ମଣ୍ଡଲନାମକ ବ୍ୟକ୍ତି ଏହି ଆରଟିଆଇ ଆବେଦନ କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ଦିଆଯାଇଥିଲା । ଏହି ଆରଟିଆଇ ଉତ୍ତରରେ କୁହାଯାଇଛି ଯେ ୧୦ଟି କେନ୍ଦ୍ରୀୟ ଏଜେନ୍ସିଙ୍କୁ ଏହି କାମରେ ଲଗାଯାଇଥିଲା । ଏହି ଏଜେନ୍ସିମାନଙ୍କ ମଧ୍ୟରେ ରହିଛନ୍ତି ସିବିଆଇ, ଆଇବି, ର, ଇଡି, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଦିଲ୍ଲୀ ପୁଲିସ ଓ ଏନଆଇଏ ।

ସମ୍ବନ୍ଧିତ ଖବର