ଜାନୁଆରି ୩୦ରୁ ଆନ୍ନାଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେ ବହୁ ଥର ଆମରଣ ଅନଶନରେ ବସିଛନ୍ତି। ସରକାର ମଧ୍ୟ ଆନ୍ନାଙ୍କୁ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ଏଯାବତ୍‌ ପୂରଣ କରିନଥିବାରୁ ଆନ୍ନା ପୁଣିଥରେ ଆମରଣ ଅନଶନ କରିବେ ବୋଲି ଧମକ ଦେଇଛନ୍ତି। ଜାନୁଆରି ୩୦ ତାରିଖ ତଥା ମହାତ୍ମା ଗାନ୍ଧୀଙ୍କ ୭୧ତମ ଶ୍ରାଦ୍ଧ ବାର୍ଷିକୀରେ ସେ ମହାରାଷ୍ଟ୍ର ସ୍ଥିତ ନିଜ ଗ୍ରାମ ରାଲେଗାଓଁ ସିଦ୍ଧିରେ ଆମରଣ ଅନଶନରେ ବସିବେ।

ସମ୍ବନ୍ଧିତ ଖବର