ହ୍ବାଟସଆପ ନମ୍ବର ସେୟାର କରି କେଜ୍ରିୱାଲଙ୍କ ସ୍ତ୍ରୀ ଦେଲେ ଏଭଳି ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ଅଛନ୍ତି। ପଚରାଉଚରା କରିବା ପାଇଁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇଥିଲା। ତେବେ ଏହି ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇଛି। ଅର୍ଥାତ ଅରବିନ୍ଦ ଇଡ଼ି ହେପାଜତରେ ଏପ୍ରିଲ୨ ପର୍ଯ୍ୟନ୍ତ ରହିବେ।

ଏଭଳି ସମୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ‘କେଜ୍ରିୱାଲ କୋ ଆର୍ଶୀବାଦ’ ଅଭିଯାନ ଆରମ୍ଭ କରିବା ବିଷୟରେ ସୂଚନା ଦେଇଛନ୍ତି।

ସୁନୀତା କେଜ୍ରିୱାଲ ହ୍ବାଟସ ଆପ୍ ନମ୍ବର ୮୨୯୭୩୨୪୬୨୪କୁ ସେୟାର କରି ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ‘କେଜ୍ରିୱାଲ କୋ ଆର୍ଶୀବାଦ’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ନମ୍ବରରେ ଯେଉଁମାନେ କୌଣସି ବାର୍ତ୍ତା ପଠାଇକୁ ଚାହିଁବେ ନିଶ୍ଚିନ୍ତରେ ପଠାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ କହିଛନ୍ତି।

ସୁନୀତା କେଜ୍ରିୱାଲ କହିଛନ୍ତି, ‘ଗତକାଲି (ଗୁରୁବାର) ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଯାହା କହିଛନ୍ତି ତାହା କହିବା ପାଇଁ ବହୁତ ସାହସ ଆବଶ୍ୟକ । ସେ ଜଣେ ପ୍ରକୃତ ଦେଶପ୍ରେମୀ । ଏହିଭଳି ସାହସ ରଖି ଆମର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ସହିତ ଲଢ଼ିଥିଲେ ।ମୁଁ ତାଙ୍କ ସହିତ ୩୦ ବର୍ଷ ଧରି ରହିଆସିଛି, ସେ ସବୁବେଳେ ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ଶକ୍ତିକୁ ଚ୍ୟାଲେଞ୍ଜ କରିଆସିଛନ୍ତି। ଏହି ଯୁଦ୍ଧରେ ଆପଣମାନେ ଆପଣଙ୍କ ଭାଇ, ପୁଅ ଓ ବନ୍ଧୁଙ୍କୁ ସମର୍ଥନ କରିବ ନାହିଁ କି?

ସମ୍ବନ୍ଧିତ ଖବର