ଧର୍ମଶାଳା : ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୨୪୨ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚରେ ପଂଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବେଙ୍ଗାଲୁରୁ ଦଳର ଅଧିନାୟକ ତଥା ଓପନର ଫାଫ ଡୁପ୍ଲେସିସ ମାତ୍ର ୯ ରନ କରିଆଉଟ ହୋଇଥିଲେ ବି ଅନ୍ୟ ଓପନର ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଚାଲିଥିଲେ । ସେ ମାତ୍ର ୪୭ଟି ବଲରୁ ୯୨ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୭ଟି ଚୌକା ମାରିଥିଲେ । ତେବେ ସେ ଅଳ୍ପକେ ଶତକରୁ ବଂଚିତ ହୋଇଥିଲେ । ରଜତ ପଟିଦାର ୫୫ ରନ କରିଥିବାବେଳେ କାମେରନ ଗ୍ରୀନ ୪୬ ରନ କରିଥିଲେ । ଦିନେଶ କାର୍ତ୍ତିକ ୧୮ ରନ କରି ପାଭିଲିୟନ ଫେରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୪୧ ରନ କରିଥିଲା ।
ପଂଜାବ ପକ୍ଷରୁ ହର୍ଷଲ ପଟେଲ ୩ଟି ଓ୍ବିକେଟ ନେଇଥିବାବେଳେ ବିଧ୍ବାଥ କେବରପ୍ପା ୨ଟି ଓ୍ବିକେଟ ନେଇଥିଲେ । ଅର୍ଶଦୀପ ସିଂ ଓ ସାମ କୁରାମ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।