ପାକିସ୍ତାନରେ ଜନ୍ମାଷ୍ଟମୀ ପାଳନକୁ ବିରୋଧ, ମନ୍ଦିର ଭାଙ୍ଗିଲେ ଧର୍ମାନ୍ଧ ଜନତା

ଇସଲାମାବାଦ: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ବିଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ପାଳନ କରାଯାଉଥିବାବେଳେ ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଇଛି । ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଖିପ୍ରୋଠାରେ ହିନ୍ଦୁମାନେ ଏକ ମନ୍ଦିରରେ ଜନ୍ମାଷ୍ଠମୀ ପାଳନ କରୁଥିବାବେଳେ କିଛି ସ୍ଥାନୀୟ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିରର ଶ୍ରୀବିଗ୍ରହ ଭାଙ୍ଗିବା ସହ ଶ୍ରଦ୍ଧାଳୁମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମ୍ପର୍କରେ ପାକିସ୍ତାନୀ ସାମାଜିକ କର୍ମୀ ରାହତ ଅଷ୍ଟିନ ସୋସିଆଲ ମିଡିଆର ଲେଖିବା ସହ ଘଟଣାର ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ପାକିସ୍ତାନର ପଂଜାବ ପ୍ରଦେଶ ଅନ୍ତର୍ଗତ ରହିମ ୟାର ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିଲେ।

ସମ୍ବନ୍ଧିତ ଖବର