ବଡ଼ମ୍ବା ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା: ମୁଖ୍ୟ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ : ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ବର ବେହେରା(୫୯ ବର୍ଷ)ଙ୍କ ମୃତ୍ୟୁ ମାମଲାରେ ମୃତକଙ୍କ ନିକଟତମ ପରିଜନଙ୍କୁ କାହିଁକି କ୍ଷତିପୂରଣ ପ୍ରଦାନ କରାଯିବନାହିଁ ଏ ନେଇ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଚାରି ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିବା ପାଇଁ ଆୟୋଗ ସମୟସୀମା ଧାର୍ଯ୍ୟ କରିଛନ୍ତି।

ସୂଚନା ଅନୁସାରେ ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ସାତଗୋଛିଆ ଗ୍ରାମର ଧନେଶ୍ବରଙ୍କୁ ବନ ବିଭାଗ କର୍ମଚାରୀ ଉଠାଇ ନେଇଥିଲେ। ବନ ବିଭାଗ ହେପାଜତରେ ଥିବା ସମୟରେ ତାଙ୍କର ମୃତ୍ୟୁ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଆୟୋଗଙ୍କ ନିକଟରେ ଏକ ପିଟିସନ ଦାଖଲ କରିଥିଲେ। ଆୟୋଗ ପିଟିସନକୁ ଗ୍ରହଣ କରି ପିସିସିଏଫ୍‌ ଓ କଟକ ପୁଲିସ କମିସନରଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଥିଲେ।

ସମ୍ବନ୍ଧିତ ଖବର