ହରିୟାଣାରେ ସରକାର ଗଢ଼ିବ ବିଜେପି, ଆଇଏନଏଲଡି ଓ ଏଚଏଲପିର ୨ ଏବଂ ୭ ସ୍ବାଧୀନ ବିଧାୟକଙ୍କ ସମର୍ଥନ !

ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଢ଼ିବାକୁ ବିଜେପି ବହୁମତ ଠାରୁ ମାତ୍ର ୬ଟି ଆସନ ପଛରେ ରହିଛି। ରାଜ୍ୟରେ ବିଜେପି ସମୁଦାୟ ୯୦ଟି ଆସନଭିତରୁ ୪୦ଟି ହାତେଇବାରେ ସଫଳ ହୋଇଛି । ହରିୟାଣାରେ ସରକାର ଗଢିବା ପାଇଁ ୪୬ଟି ଆସନର ଆବଶ୍ୟକତା ରହିଛି । ଚଳିତ ବିଧାନସଭା ନିର୍ବାଚନରେ ହରିୟାଣାର ୯୦ଟି ବିଧାନସଭା ଆସନରୁ ବିଜେପିକୁ ୪୦, କଂଗ୍ରେସକୁ ୩୧, ଜେଜେପିକୁ ୧୦ ଓ ଅନ୍ୟାନ୍ୟକୁ ୯ଟି ଆସନ ମିଳିଛି ।

इनेलो नेता अभय चौटाला
image source-amarujala

ସଦ୍ୟତମ ସୂଚନା ଅନୁଯାୟୀ ବିଜେପିକୁ ୭ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମିଳିଛି। ତା’ଛଡ଼ା ଆଇଏନଏଲଡିର ବିଧାୟକ ଅଭୟ ସିଂହ ଚୌତାଲା ଏବଂ ଏଚଏଲପିର ଗୋପାଲ କାଣ୍ଡା ବିଜେପିକୁ ସମର୍ଥନ କରିଛନ୍ତି। ସ୍ବାଧୀନ ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ପୁଣ୍ଡରୀର ରଣଧୀର ଗୋଲନ, ମହମର ବଳରାଜ କୁଣ୍ଡୁ, ରାନିୟାଂର ରଣଜିତ ସିଂହ, ବାଦଶାହାପୁରର ରାକେଶ ଦୌଲତାବାଦ, ଦାରିର ସୋମବୀର ସାଙ୍ଗୱାନ ପ୍ରୁଥୁଲାର ନୟନପାଲ ରାଓ୍ୱତ ଓ  ନିଲେଖେଡ଼ିର ଧର୍ମପାଲ ଗୋନ୍ଦର ।

ଏଣେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସରକାର ଗଢ଼ିବାଲାଗି ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ବୋଲି ଜଣାଯାଇଛି। ତେଣେ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ବି ବିଜେପିକୁ ସମର୍ଥନ ଦେବାର ସଂକେତ ଦେଇଛନ୍ତି।

ସମ୍ବନ୍ଧିତ ଖବର