କେନ୍ଦ୍ର ମହଙ୍ଗା ଭତ୍ତା ୫% ବଢ଼ିଲା : ଉପକୃତ ହେବେ କେନ୍ଦ୍ର ସରକାରଙ୍କ ୪୯ ଲକ୍ଷ ୯୩ ହଜାର କର୍ମଚାରୀ ଏବଂ ୬୫ ଲକ୍ଷ ୨୬ ହଜାର ପେନ୍‌ସନ୍‌ଭୋଗୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ୪୯ ଲକ୍ଷ ୯୩ ହଜାର କର୍ମଚାରୀ ଏବଂ ୬୫ ଲକ୍ଷ ୨୬ ହଜାର ପେନ୍‌ସନ୍‌ଭୋଗୀ ଉପକୃତ ହେବେ। ଏହି ନିଷ୍ପତ୍ତି ଗତ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଲାଗୁ କରାଯିବା ଦ୍ବାରା ରାଜକୋଷ ଉପରେ ୨୭ ହଜାର କୋଟି ଟଙ୍କା ପାଖାପାଖି ଆର୍ଥିକ ବୋଝ ପଡ଼ିବ। ପ୍ରତି ବର୍ଷ ଜାନୁଆରି ୧ ଏବଂ ଜୁଲାଇ ୧ରେ ମହଙ୍ଗା ଭତ୍ତା ଓ ସହାୟତା ରାଶିକୁ ପୁନଃ ନିର୍ଦ୍ଧାରିତ କରାଯାଇଥାଏ।

ସମ୍ବନ୍ଧିତ ଖବର