ଚନ୍ଦ୍ରବାବୁ ନାଇଡୁଙ୍କ ଦିନିକିଆ ଅନଶନ ବାବଦରେ ଆନ୍ଧ୍ରପ୍ରଦେଶ ସରକାର ଖର୍ଚ୍ଚ କରିଛନ୍ତି ୧୦ କୋଟି

ନୂଆଦିଲ୍ଲୀ: ତେଲୁଗୁ ଦେଶମ୍‌ ପାର୍ଟି ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଦିନିକିଆ ଅନଶନ ପାଇଁ ଆନ୍ଧ୍ରପ୍ରଦେଶ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଜାଣିଲେ ଆପଣ ନିଶ୍ଚିତ ବିସ୍ମିତ ହେବେ। ଦିନିକିଆ ଅନଶନ ଲାଗି ରାଜ୍ୟ ସରକାର ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ନୂଆଦିଲ୍ଲୀଠାରେ ଏହି ଅନଶନ ଲାଗି ଆନ୍ଧ୍ରପଦେଶ ସରକାର ଦୁଇଟି ଟ୍ରେନ୍‌ ମଧ୍ୟ ବୁକ୍‌ କରିଥିଲେ।ଏହି ଟ୍ରେନ୍‌ରେ ଶ୍ରୀକାକୁଲମ୍‌ ଓ ଅନନ୍ତପୁରମ୍‌ରୁ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ଲାଗି ଯାଇଥିଲେ। ଦୁଇଟି ଟ୍ରେନ୍‌ ବାବଦରେ ସରକାର ୧ କୋଟି ୧୨ ଲକ୍ଷ ଟଙ୍କା ରେଳବାଇକୁ ଦେଇଥିବା ଜଣାଯାଇଛି।

ଏହା ଛଡା ସରକାର ଲୋକଙ୍କର ରହିବା ଓ ଖାଇବା ପାଇଁ ମଧ୍ୟ ବିପୁଳ ପରିମାଣର ଖର୍ଚ୍ଚ କରିଥିବା ଜଣାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଲାଗି ଦିଲ୍ଲୀ ଯାଇଥିବା ଭିଆଇପି ଓ ଟିଡିପି କର୍ମୀମାନଙ୍କ ପାଇଁ ୧୧୦୦ଟି ହୋଟେଲ୍‌ ରୁମ୍‌ ବୁକ୍‌ କରାଯାଇଥିଲା। ଏସବୁ ବ୍ୟୟର ପରିମାଣ ପ୍ରାୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮ରେ ତେଲୁଗୁ ଦେଶମ୍‌ ପାର୍ଟି ଏନଡିଏରୁ ଅଲଗା ହୋଇଥିଲା। 

ସମ୍ବନ୍ଧିତ ଖବର