ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନର ଭାଇଙ୍କୁ ପ୍ରାର୍ଥୀ କଲା ଆରପିଆଇ

ପୁଣେ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି –ଶିବସେନା ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ରିପ୍ଲବିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ପକ୍ଷରୁ ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନର ଭାଇଙ୍କୁ ପ୍ରାର୍ଥୀ କରାଯାଇଥିବା ଜଣାଯାଇଛି। ବର୍ତ୍ତମାନ ଛୋଟା ରାଜନ ଜେଲରେ ରହିଛି। କିନ୍ତୁ ତା’ର ଭାଇ ଦୀପକ ନିକାଲଜେ ପଶ୍ଚିମ ମହାରାଷ୍ଟ୍ର ଫଲଟନ୍ ବିଧାନସଭାର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଜଣାଯାଇଛି।

ରିପ୍ଲବିକାନ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ ହେଉଛନ୍ତି ରାମଦାସ ଆଠେୱାଲେ ଯିଏକି ସଂପ୍ରତି କେନ୍ଦ୍ର ସରକାରରେ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ମହାରାଷ୍ଟ୍ରରେ ବିଜେପି- ଶିବସେନା ସହ ମେଣ୍ଟ କରି ଆଠେୱାଲେଙ୍କ ଦଳ ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଥିବା ଜଣାଯାଇଛି ।

ସୂଚନାଯୋଗ୍ୟ,ଅଣ୍ଡର ୱାଲର୍ଡ ଡନ୍ ଛୋଟା ରାଜନର ଭାଇ ଦୀପକ ନିକାଲଜେ ବେଶ କିଛି ବର୍ଷ ଧରି ରିପ୍ଲବିକାନ ପାର୍ଟି ଅଫ୍ ଇଣ୍ଡିଆର ସଦସ୍ୟ ରହିଛନ୍ତି। ସେ ମୁମ୍ବାଇର ଚେମ୍ବୁର ବିଧାନସଭା ଆସନରୁ ଦଳର ପ୍ରାର୍ଥୀଭାବେ ଏକାଧିକବାର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ହେଲେ ପ୍ରତିଥର ପରାଜିତ ହୋଇଛନ୍ତି

ସମ୍ବନ୍ଧିତ ଖବର