ଚୀନର ଦୋମୁହାଁ ନୀତି, ମସୁଦକୁ ଆତଙ୍କବାଦୀ ବୋଲି ମାନୁନି

ନୂଆଦିଲ୍ଲୀ: ପୁଲଵାମା ଆକ୍ରମଣକୁ ଅନ୍ୟ ଆନ୍ତର୍ଜାତୀୟ ସମୁଦାୟ ପରି ଚୀନ୍ ନିନ୍ଦା କରି ଆତଙ୍କବାଦ ବିରୋଧରେ ରହିଥିବା ନିଜ ଆଭିମୁଖ୍ୟକୁ ସୂଚେଇଦେଇଛି। ମାତ୍ର ଏହି ବର୍ବର ଘଟଣାର ଦିନକ ପରେ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଚୀନ୍ ରୋକଠୋକ ମନା କରି ନିଜ ଦୋମୁହାଁ ନୀତିକୁ ପଦାରେ ପକାଇଛି। ପୁଲଵାମାରେ ସଂଘଟିତ ଆତ୍ମଘାତୀ ଆକ୍ରମଣକୁ ଚୀନ୍ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ୍ ସୁଆଙ୍ଗ୍ ନିନ୍ଦା କରିବା ସହ ସହିଦ ପରିବାର ଏବଂ ଆହତମାନଙ୍କ ପାଇଁ ସମବେଦନା ଜଣାଇଛନ୍ତି। ଏପରିକି ଆତଙ୍କବାଦର ଯେ କୌଣସି ରୂପକୁ ଚୀନ୍ ବିରୋଧ କରେ ବୋଲି ସେ କହିବା ସହ ସଂପୃକ୍ତ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଦ୍ବାରା ଆତଙ୍କବାଦର ସମାଧାନ ସହ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର