ଋଷି ସୁନକଙ୍କ କଲମକୁ ନେଇ ବିବାଦ କାହିଁକି ?

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ କଲମକୁ ନେଇ ବିବାଦରେ ଫସିଛନ୍ତି । କୁହାଯାଉଛି ଯେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ନିଜ ଦୈନନ୍ଦିନ କାର୍ଯ୍ୟରେ ଏପରି ଏକ କଲମ ବ୍ୟବହାର କରନ୍ତି, ଯେଉଁଥିରୁ ଲିଖିତ ଶବ୍ଦଗୁଡ଼ିକୁ ମଧ୍ୟ ଲୋପ କରାଯାଇପାରିବ । ଏହି ପେନ୍ ରେ ଏକ ସ୍ୱତନ୍ତ୍ର କାଳି ବ୍ୟବହାର କରାଯାଇଥାଏ, ଯାହାକୁ ଆବଶ୍ୟକ ପଡ଼ିଲେ ପିଏମ୍ ଡିଲିଟ୍ କରିପାରିବେ। ଗାର୍ଡିଆନ୍ ଖବରକାଗଜ ଏହି ସୂଚନା ଦେଇଛି। ଏହା ସହିତ ଗୋପନୀୟତା ଦୃଷ୍ଟିରୁ ଏହା ଏକ ବଡ଼ ବିପଦ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଋଷି ସୁନକ ଅନେକ ସମୟରେ ଟିଭି ଏବଂ ଅନ୍ୟ ଫଟୋରେ ‘ପାଇଲଟ୍-ଭି’ ପେନ୍ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି। ଏହି କଲମରେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ମଧ୍ୟ ଲିଭାଯାଇପାରିବ । ଏହି କଲମ ରେ ସେ ଅଫିସ କାମ, ଅନ୍ତର୍ଜାତୀୟ ବୈଠକ ସମୟରେ କ୍ୟାବିନେଟ ନୋଟ୍ , ସରକାରୀ ଦସ୍ତାବିଜ ଏବଂ କାଗଜପତ୍ରରେ ସ୍ୱାକ୍ଷର କରୁଥିବାର ଦେଖିବାକୁ ମିଳୁଛି । ପେନ୍ ରେ ଡିଲିଟ୍ କରିବାର କ୍ଷମତା ଥିବା ଏକ ‘ଲୋଗୋ’ (ଟ୍ରେଡମାର୍କ) ରହିଛି। ଏହି ପେନ ନିର୍ମାଣ କରୁଥିବା ଜାପାନୀ କମ୍ପାନୀ ତରଫରୁ ଏହାର ମାର୍କେଟିଂ କରିବା ସମୟରେ କୁହାଯାଇଥିଲା ଯେ ଯେଉଁମାନେ କାଳିରେ ଲେଖିବାକୁ ଅଭ୍ୟାସ କରୁଛନ୍ତି ସେମାନଙ୍କ ପାଇଁ ଏହି କଲମ ବହୁତ ଭଲ କାରଣ ଯଦି ଆପଣ ଭୁଲ କରନ୍ତି ତେବେ କାଳିକୁ ହଟାଇ ଦିଆଯାଇପାରେ ।

ଗାର୍ଡିଆନ ରିପୋର୍ଟ ଅନୁସାରେ ସୁନକ ଯଦି ସତରେ ଏପରି ପେନ ବ୍ୟବହାର କରୁଛନ୍ତି, ତାହା ଗଭୀର ଚିନ୍ତାର ବିଷୟ । କାରଣ ସରକାରୀ କାଗଜପତ୍ରରୁ ତାଙ୍କ ସ୍ବାକ୍ଷରକୁ ଲିଭାଯାଇପାରିବ । ଫଳରେ ଭବିଷ୍ୟତରେ ଯଦି କୌଣସି ତଦନ୍ତ ହୁଏ ତାହାର ପ୍ରମାଣ ମିଳିବ ନାହିଁ ।

ସମ୍ବନ୍ଧିତ ଖବର