ଶିବସେନା ସାମିଲ ହେଉ କି ନହେଉ ୫ରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବୀସ୍

ନୂଆଦିଲ୍ଲୀ/ ମୁମ୍ବାଇ: ମହାରାଷ୍ଟ୍ରର ନୂତନ ସରକାରରେ ସହଯୋଗୀ ଶିବସେନା ସାମିଲ ‌େ‌ହଉ କି ନହେଉ; ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବୀସ୍‌ ଆସନ୍ତା ୫ କିମ୍ବା ୬ ତାରିଖ ଦିନ ଶପଥ ଗ୍ରହଣ କରିବେ। ବିଜେପିର ଉଚ୍ଚତମ ମହଲରୁ ହସ୍ତଗତ ହୋଇଥିବା ଖବରକୁ ଭିତ୍ତିକରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି ଦେଶର ବହୁ ପ୍ରମୁଖ ଗଣମାଧ୍ୟମ। ଏକ ବିରାଟ ଆକାରରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ମୁମ୍ବାଇର ୱା‌େଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ପାଇଁ ଆୟୋଜିତ ହେବାକୁ ଥିବା ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବା ପାଇଁ ବିଧାୟକ ପ୍ରସାଦ ଲାଡ଼ ଓ ଚନ୍ଦ୍ରକାନ୍ତ ପାଟିଲଙ୍କୁ ଦାୟିତ୍ବ ଦେଇଛି ବିଜେପି।

ବିଜେପିର ସହଯୋଗୀ ଶିବସେନା ମହାରାଷ୍ଟ୍ରର ନୂତନ ସରକାର ୫୦-୫୦ ଫର୍ମୂଲାରେ ଗଠନ ପାଇଁ ଜିଦ୍‌ ଧରି ବସିବା ସହ ବିଜେପିର ସବୁ ପ୍ରସ୍ତାବକୁ ପ୍ରତ୍ୟାଖାନ କରୁଥିବାରୁ ବିଜେପି ଉଚ୍ଚ କର୍ତ୍ତୃପକ୍ଷ ଶେଷରେ ଏପ୍ରକାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହୋଇଛି।

ସମ୍ବନ୍ଧିତ ଖବର