ଏଣିକି ବ୍ୟବହାରକାରୀଙ୍କ ମସ୍ତିଷ୍କକୁ ପଢିବ ଫେସବୁକ

ନୂଆଦିଲ୍ଲୀ: ଏଣକି ମସ୍ତିଷ୍କକୁ ପଢିବ ଫେସବୁକ । ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ବ୍ୟବହାରକାରୀଙ୍କ ମସ୍ତିଷ୍କକୁ ପଢିପାରିବ । ବ୍ୟବହାରକାରୀ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକର ଏହି ଟୁଲ ପଢ଼ିପାରିବା ସହ ତାକୁ କାର୍ଯ୍ୟରେ ପରିଣତ କରିପାରିବ  । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ ।

ପୂର୍ବରୁ ମଧ୍ୟ ଏଲୋନ ମସ୍କ କମ୍ପାନି ମସ୍ତିସ୍କକୁ ପଢିପାରୁଥିବା ମେସିନ ଉପରେ କାମ କରି ସାରିଛି । ମୁଣ୍ଡରେ ଅତି ସୂଖ୍ମ ଚିପ୍ ଲଗାଯାଇ ତାକୁ ଫୋନରେ ସଂଯୋଗ କରାଯାଏ, ଯାହା ଫଳରେ ବ୍ୟବହାରକାରୀଙ୍କ ଭାବନାକୁ ପଢିହେବ । ଏଲୋନ ମସ୍କ କମ୍ପାନି ଚିକିତ୍ସା ପାଇଁ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ଚାହୁଁଛି, ଯାହାକି କଥା କହିପାରୁନଥିବା ଲୋକଙ୍କ ପାଇଁ ସହାୟକ ହେବ ।

ଏହାସହ ଫେସବୁକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆସିଷ୍ଟାଣ୍ଟ ନାମକ ଏକ ଟୁଲ୍ ତିଆରି କରିଛି । ଏହି ଟୁଲ୍ ନ୍ୟୁଜ ଆର୍ଟିକିଲର ସମରି ତିଆରି କରିବ । ଯାହା ଫଳରେ ବ୍ୟବହାରକାରୀଙ୍କୁ ବଡ ବଡ ନ୍ୟୁଜ ପଢିବାକୁ ପଡିବ ନାହିଁ । ଏହି ଟୁଲ ମାଧ୍ୟମରେ କେବଳ ସମରି ପଢି ବ୍ୟବହାରକାରୀ ଖବରଟିକୁ ବୁଝିପାରିବେ ।

ExtremeTech

ମାର୍ଚ୍ଚ ୨୦୨୦ରେ ଫେସବୁକ ନିଜ ବ୍ଲଗରେ ପୋଷ୍ଟ କରି କହିଥିଲା ଯେ, ଆମେ ଏଭଳି ଏକ ଡିଭାଇସ ତିଆରି କରିବାକୁ ଚାହୁଁଛୁ ଯେଉଁଥିରେ ଲୋକଙ୍କ ଭାବନାକୁ ପଢିହେବ । ହେଲେ ଏହା ପରଠୁ ଫେସବୁକ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲା ।

ପୂର୍ବରୁ ଫେସବୁକ ଉପରେ ବ୍ୟବହାରକାରୀଙ୍କ ଗୋପନୀୟତା ଓ ଡାଟା ଚୋରି ନେଇ ଅନେକ ଅଭିଯୋଗ ଲାଗିଛି । ଏହାରି ମଧ୍ୟରେ ଫେସବୁକ ମସ୍ତିଷ୍କ ପଢିପାରୁଥିବା ଟୁଲ ତିଆରି କରିବା କାମରେ ଲାଗିଛି । ଏହି ଟୁଲ ଅନେକ କ୍ଷେତ୍ରରେ ଲୋକଙ୍କୁ ସହାୟକ ହୋଇପାରେ । ନିଜ ମନର କଥାକୁ ଲୋକମାନେ ନକହି ମଧ୍ୟ ଫେସବୁକରେ ଆକ୍ସନ ମାଧ୍ୟମରେ ଦେଖାଇପାରିବେ । ତେବେ କେତେକ କ୍ଷେତ୍ରରେ ଏଭଳି ଟୁଲକୁ ଲୋକମାନେ ସ୍ୱାଗତ କରିନାହାନ୍ତି । ଏହି ଟୁଲ ମାଧ୍ୟମରେ ବ୍ୟବହାରକାରୀଙ୍କ ଗୋପନୀୟତାରେ ହସ୍ତକ୍ଷେପ କରାଯାଉଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର