ବାପା-ମା ଫୋଫାଡ଼ିଦେଲେ ପୁଅ ସାଇତି ରଖିଥିବା ଅଶ୍ଳୀଳ ବହି, ଦେବାକୁ ପଡିବ ୨୨ ଲକ୍ଷ ଟଙ୍କାର ଜରିମାନା

ନ୍ୟୁୟର୍କ: ଅଶ୍ଳୀଳ ଭିଡିଓ ଦେଖିବା ସହ ଅଶ୍ଳୀଳ ବହି ପଢୁଥିଲେ ପୁଅ | ଆଉ ଏସବୁ ଜାଣି ଅଶ୍ଳୀଳ ବହି ସହ ଅଶ୍ଳୀଳ ସିଡ଼ିକୁ ଫୋଫାଡ଼ିଦେଲେ ବାପା-ମା | ଏହି ଘଟଣା ପରେ ପୁଅ, ବାପା-ମାଙ୍କ ନାମରେ କୋର୍ଟରେ ମାମଲା ଦାୟର କରିଥିଲେ | କୋର୍ଟ ଏହି ମାମଲାର ଶୁଣାଣି କରି ବାପା-ମାଙ୍କୁ ଜରିମାନା ଦେବାକୁ ରାୟ ଦେଇଛନ୍ତି | ଆମେରିକାର ମିଚିଗାନରୁ ଏହି ଅଜବ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜିଲ୍ଲା କୋର୍ଟର ଜଜ୍ ପଲ୍ ମାଲୋନି ଉକ୍ତ ଯୁବକଙ୍କ ସପକ୍ଷରେ ରାୟ ଦେଇଛନ୍ତି।

ଯୁବକ ଜଣକ କୋର୍ଟରେ କହିଥିଲେ ଯେ ଅଶ୍ଳୀଳ ଚଳଚ୍ଚିତ୍ର, ପତ୍ରିକା ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ୨୯,୦୦୦ ଡଲାର ଥିଲା ଏବଂ ସେଗୁଡିକୁ ଫିଙ୍ଗିଦେବା ପିତାମାତାଙ୍କର କୌଣସି ଅଧିକାର ନାହିଁ। ଆଉ ଆମେରିକାର ଏକ ଅଦାଲତ ଯୁବକଙ୍କ ପିତାମାତାଙ୍କୁ ୩୦,୪୪୧ ଡଲାର ଅର୍ଥାତ୍ ୨୨.୩୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାସ୍ତବରେ ଏହି ଦମ୍ପତି ପୁଅର ଅଶ୍ଳୀଳ ଚଳଚ୍ଚିତ୍ର ସିଡ଼ି, ପତ୍ରିକା ଏବଂ ଅନ୍ୟାନ୍ୟ ଜିନିଷକୁ ଘର ଭିତରୁ ଫିଙ୍ଗି ଦେଇଥିଲେ | ଯେଉଁ କାରଣରୁ କ୍ରୋଧିତ ପୁଅ ତାଙ୍କ ପିତାମାତାଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର କରିଥିଲେ। ସେହିପରି କୋର୍ଟ ପିତାମାତାଙ୍କୁ ତାଙ୍କ ପୁଅର ଓକିଲ ଖର୍ଚ୍ଚ ୧୪,୫୦୦ ଡଲାର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର