ହୋଲି ଦିନ ପଡ଼ିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; ଏସବୁ ସ୍ଥାନରେ ହେବ ଦୃଶ୍ୟମାନ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ବିସ୍ତାର ହୋଇଥାଏ। ତେଣୁ ଏହି ସମୟ ମଧ୍ୟରେ ପାକକ୍ରିୟା ଓ ଧାର୍ମିକ କାର୍ଯ୍ୟକଳାପ ନିଷେଧ ରହିଥାଏ।  ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଲି ଅର୍ଥାତ୍ ମାର୍ଚ୍ଚ ଦିନ ୨୫ ତାରିଖରେ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଫାଲଗୁନ୍ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଅର୍ଥାତ୍ ମାର୍ଚ୍ଚ ୨୫ ସକାଳ ୧୦.୩୦ରୁ ଚନ୍ଦ୍ରଗ୍ରହଣ  ଆରମ୍ଭ ହୋଇ ଅପରାହ୍ନ ୩.୦୨ରେ ଶେଷ ହେବ। ଏହି ଗ୍ରହଣ ଚନ୍ଦ୍ର ଉପରେ କେତୁ ହେତୁ ଘଟୁଥିବା କୁହାଯାଉଛି।

୨୦୨୪ର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ଉତ୍ତର-ପୂର୍ବ ଏସିଆ, ୟୁରୋପ, ଉତ୍ତର-ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଫ୍ରିକା, ଅଷ୍ଟ୍ରେଲିଆ, ଆଟଲାଣ୍ଟିକ୍, ଆର୍କଟିକ୍ ଏବଂ ଆଣ୍ଟାର୍କଟିକ୍ ସମେତ ଅନେକ କ୍ଷେତ୍ରରେ ଦୃଶ୍ୟମାନ ହେବ, କିନ୍ତୁ ଏହାର ପ୍ରଭାବ ଭାରତ ଉପରେ ରହିବ ନାହିଁ କି ଦୃଶ୍ୟମାନ ବି ହେବ ନାହିଁ ।

ତେଣୁ ମାର୍ଚ୍ଚ ୨୫କୁ ସୁତକ ଅବଧି ଭାବରେ ବିବେଚନା କରାଯାଉନାହିଁ । ଏଭଳି ପରିସ୍ଥିତିରେ ସମସ୍ତେ ହୋଲି ପର୍ବକୁ ସମ୍ପୂର୍ଣ୍ଣ ଭାବେ ଉତ୍ସାହର ସହ ପାଳନ କରି ପାରିବେ।

ସମ୍ବନ୍ଧିତ ଖବର