ପୁଲିସ୍‌ ଏନକାଉଣ୍ଟରରେ ୪ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ର ସୀମାନ୍ତ ଗଡଚିରୋଲୀ ପୁଲିସକୁ ମିଳିଛି ବଡ଼ ସଫଳତା। କୋଲାମାରକା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ପୁଲିସ ଏନକାଉଣ୍ଟରରେ ଚାରିଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ କାର୍ବାଇନ, ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ।

ସିଆରପିଏଫ ଏବଂ ଜିଲ୍ଲା ପୁଲିସ ମିଳିତ ଅପରେସେନ କରାଯାଇଥିବାରୁଏହି ସଫଳତା ମିଳିଛି। ମୃତ ମାଓବାଦୀ ମୁଣ୍ଡ ଉପରେ ଛତିଶଗଡ ଓ ମହାରାଷ୍ଟ୍ର ସରକାର ୩୬ ଲକ୍ଷ ଟଙ୍କା ରଖିଥିଲେ। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସେନ ଜାରି ରଖିଛି। ଏହି ଘଟଣାରେ ତେଲେଙ୍ଗାନା ରାଜ୍ୟ କମିଟିର କିଛି ସଦସ୍ୟ ତେଲେଙ୍ଗାନାରୁ ଗାଦିରୋଲି ପର୍ଯ୍ୟନ୍ତ ପ୍ରଣିତା ନଦୀ ପାର ହୋଇ ଯାଇଛନ୍ତି ବୋଲି ପୁଲିସ ସୂଚନା ଦେଉଛି। ମୃତ ମାଓବାଦୀ ହେଲେ ଡିଭିସିଏମ୍ ଭାର୍ଗୀ ଇନ୍ଦ୍ରଭେଲି, ଡିଭିସିଏମ ମଙ୍ଗଟୁ ସିରପୁର ଚେନ୍ନୁର, ପ୍ଲାଟୁନ୍ ସଦସ୍ୟ କୁର୍ସାଙ୍ଗ ରାଜୁ ଏବଂ ପ୍ଲାଟୁନ୍ ସଦସ୍ୟ କୁଡିମେଟା ଭେଙ୍କଟେଶ।

 

ସମ୍ବନ୍ଧିତ ଖବର