ଦେବଗଡ଼ରେ ସୁନାର ସନ୍ଧାନ ମିଳିଛି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଜିଏସ୍‌ଆଇ)ର ଅନୁସନ୍ଧାନ ବେଳେ ଓଡ଼ିଶାର ଦେବଗଡ଼ ଜିଲ୍ଲା ଅଡ଼ାସ ଅଞ୍ଚଳରେ ତମ୍ବା ସହ ସୁନାର ସନ୍ଧାନ ମିଳିଛି। ଏଠାରେ ୦.୯ ଏମ୍‌ଟି ସୁନା ଥିବା ଆକଳନ କରାଯାଇଛି। ଏହାର ନିଲାମ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସୁନା ବ୍ଲକ୍‌ର ନିଲାମ ପରେ ସଫଳ ନିଲାମଧାରୀଙ୍କ ଦ୍ବାରା ଏହାର ଉତ୍ତୋଳନ କରାଯାଇପାରିବ ବୋଲି ଆଜି ‌ରାଜ୍ୟସଭାରେ ବିଜେପି ସାଂସଦ ବ୍ରିଜଲାଲଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ସମ୍ବନ୍ଧିତ ଖବର