‘ଶିଶୁପାଳଗଡ଼କୁ ପୁଣିଥରେ ଖନନ କରାଯିବା ପ୍ରସ୍ତାବ ନାହିଁ’

ନୁଆଦିଲ୍ଲୀ : ଶିଶୁପାଳଗଡ଼କୁ ପୁଣି ଥରେ ଖନନ ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ। ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି। କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ବର ଶିଶୁପାଳଗଡ଼ ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା ୧୯୪୮ ଓ ୨୦୦୫ରୁ ୨୦୦୯ ଏବଂ ‌ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ୨୦୧୨ରେ ଖନନ ହୋଇଛି।

ସମ୍ବନ୍ଧିତ ଖବର