ମିଳିତ ଜାତିସଂଘରେ ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗ ଉଠାଇଲା ଭାରତ

ନୂଆଦିଲ୍ଲୀ: ଜାମ୍ମୁର ବାୟୁସେନା ଷ୍ଟେସନରେ ବିସ୍ଫୋରଣ ପରେ ମିଳିତ ଜାତିସଂଘରେ ଭାରତ ଆତଙ୍କବାଦୀଙ୍କ ଦ୍ୱାରା ଡ୍ରୋନ୍ ବ୍ୟବହାର ପ୍ରସଙ୍ଗ ଉଠାଇଛି । ସ୍ୱତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭିଏସକେ କୌମୁଦି କହିଛନ୍ତି ଯେ ଆତଙ୍କବାଦୀମାନେ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ମାନବ ବିହୀନ ବିମାନ(ଡ୍ରୋନ୍) ବ୍ୟବହାର କରୁଛନ୍ତି। ସ୍ୱତନ୍ତ୍ର ସଚିବ ଭିଏସକେ କୌମୁଦି କହିଛନ୍ତି ଯେ ଆତଙ୍କବାଦୀଙ୍କ ଦ୍ୱାରା ନୂତନ ଜ୍ଞାନକୌଶଳର ଅପବ୍ୟବହାର ଗୁରୁତର ବିପଦ ଭାବରେ ଉଭା ହୋଇଛି।

ଆଜି ଆତଙ୍କବାଦ ପ୍ରଚାର କରିବା, ଗୁଜବ ପ୍ରଚାର କରାଇବା ଏବଂ କ୍ୟାଡର ନିଯୁକ୍ତି ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଅପବ୍ୟବହାର କରାଯାଉଛି। ଏଥିସହ ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ପାଇଁ ନୂତନ ପେମେଣ୍ଟ ପଦ୍ଧତି ଏବଂ କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମର ଅପବ୍ୟବହାର କରାଯାଉଛି।

ସଦସ୍ୟ ରାଷ୍ଟ୍ରର ଆତଙ୍କବାଦ ବିରୋଧୀ ଏଜେନ୍ସିର ମୁଖ୍ୟମାନଙ୍କ ଦ୍ୱିତୀୟ ଉଚ୍ଚସ୍ତରୀୟ ସମ୍ମିଳନୀରେ ସେ କହିଛନ୍ତି, “ଏକ ଶସ୍ତା ମୂଲ୍ୟର ବିକଳ୍ପ ଏବଂ ସହଜରେ ଉପଲବ୍ଧ ହେଉଥିବାରୁ ଆତଙ୍କବାଦୀ ଡ୍ରୋନକୁ ଗୁପ୍ତ ତଥ୍ୟ ସଂଗ୍ରହ, ଅସ୍ତ୍ରଶସ୍ତ୍ର / ବିସ୍ଫୋରକ ଚୋରା ଚାଲାଣ ଏବଂ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି |

ସମ୍ବନ୍ଧିତ ଖବର