ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୬୭ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ପୁଣି ୬୮୦ ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇବା ପରେ ଭାରତରେ କେଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ପାର୍ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୮ ରହିଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧ ଲକ୍ଷ ୧୧ ହଜାର ୨୬୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏବେ ଦେଶରେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୧୨ ହଜାର ୩୯୦ ଓ ଏବେ ସୁଦ୍ଧା ମହାମାରୀ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି ୬୩ ଲକ୍ଷ ୮୩ ହଜାର ୪୪୨ ଜଣ।
India reports a spike of 67,708 new #COVID19 cases & 680 deaths in the last 24 hours.
Total case tally stands at 73,07,098 including 8,12,390 active cases, 63,83,442 cured/discharged/migrated cases & 1,11,266 deaths: Ministry of Health and Family Welfare pic.twitter.com/a3tEOsM8Zs
— ANI (@ANI) October 15, 2020
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୪(ଗତକାଲି) ପର୍ଯ୍ୟନ୍ତ ଭାରତରେ ସମୁଦାୟ ୯ କୋଟି ୧୨ ଲକ୍ଷ ୨୬ ହଜାର ୩୦୫ ନମୁନା ପରୀକ୍ଷା କରାଯାଇଛି। କେବଳ ବୁଧବାର ଦିନ ୧୧ ଲକ୍ଷ ୩୬ ହଜାର ୧୮୩ ନମୁନା ପରୀକ୍ଷା କରାଯାଇଥିବା ସୂଚନା ରହିଛି।
ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଆସିଛି। ଯେଉଁଠାରେ ୧.୫ ମିଲିୟନରୁ ଅଧିକ କୋଭିଡ୍-୧୯ ମାମଲା ରେକର୍ଡ କରାଯାଇଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କୋଭିଡ -୧୯ ସଂକ୍ରମଣରେ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।