ପୁଣି ପୁରୁଣା ରୂପ ଦେଖାଇଲା ଚୀନ୍ : ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରାରୁ ସୈନ୍ୟ ଅପସାରଣ କରିବାକୁ ମନା କଲା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗସ୍ ସଂଘର୍ଷ ସ୍ଥାନରୁ ନିଜର ସୈନ୍ୟ ଅପସାରଣ ଏବଂ ଯାନବାହନ ହଟାଇବାକୁ ଚୀନ୍ ସେନା ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛି। ଗତ ଶୁକ୍ରବାର ୧୧ତମ କମାଣ୍ଡରସ୍ତରୀୟ ବୈଠକ ହୋଇଥିବା ବେଳେ ଏବେ ଚୀନ୍ ସୈନ୍ୟ ଅପସାରଣ କରିବାକୁ ମନା କରିଥିବା ଜଣାପଡ଼ିଛି। ପୂର୍ବରୁ ଭାରତ ଏବଂ ଚୀନ ପୂର୍ବ ଲଦାଖର ପିପି-୧୫, ୧୪ ଏବଂ ୧୭-ଏରୁ ସୈନ୍ୟ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରାରୁ ସୈନ୍ୟ ଅପସାରଣ କରାଯିବାକୁ କୁହାଯାଇଥିବା ବେଳେ ଚୀନ ଏଭଳି କରିବାକୁ ମନା କରିଛି। ଶୁକ୍ରବାର ହୋଇଥିବା ବୈଠକରେ ଚୀନ୍ ପୂର୍ବରୁ ଏହି ନିିଷ୍ପତ୍ତି ନେଇ ଆସିଥିବା ଭାରତ ପକ୍ଷରୁ କୁହାଯାଇଛି। ଏହା ଫଳରେ ପୋଙ୍ଗାଙ୍ଗ ସୋ ଅଞ୍ଚଳରୁ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ପରେ ଯେଉଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା ତାହା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

indiatoday

ଉଲ୍ଲେଖଯୋଗ୍ୟ, ଜୁନ ୧୫, ୨୦୨୦ ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ଏହା ପରେ ପରେ ଦୁଇ ଦେଶ ପରସ୍ପରକୁ ଆକ୍ରମଣ କରିବା ପାଇଁ ଗଲୱାନରେ ସେନା ଠୁଳ କରିଥିଲେ। ତେବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ଏବେ ଦୁଇ ଦେଶର ସରକାର ଆଲୋଚନା କରି ଏହାର ସମାଧାନ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର