ଆଇଏସ୍‌ଆଇ ହନି ଟ୍ରାପ୍‌ର ଶିକାର ସେନା କର୍ମଚାରୀ ହ୍ବାଟ୍ସଆପ୍‌ରେ ତଥ୍ୟ ଦେଉଥିଲେ

ଭୋପାଳ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ବାରମ୍ବାର ଭାରତୀୟ ସେନା ସଦସ୍ୟମାନଙ୍କୁ ହନି୍‌ ଟ୍ରାପ୍‌ କରୁଛି। ହନି ଟ୍ରାପ୍‌ ମାଧ୍ୟମରେ ଏହା ଭାରତର ବିଭିନ୍ନ ସୁରକ୍ଷା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରୁଛି। ଏବେ ପୁଣିଥରେ ଭାରତୀୟ ସ୍ଥଳ ସେନାର ଜଣେ କିରାଣି ପାକ୍‌ ଆଇଏସ୍‌ଆଇ ଦ୍ବାରା ହନି ଟ୍ରାପ୍‌ର ଶିକାର ହୋଇଛନ୍ତି। ମଧ୍ୟପ୍ରଦେଶ ଏଟିଏସ୍‌ ଏବଂ ‌କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମିଳିତ କାର୍ଯ୍ୟାନୁଷ୍ଠାନରେ ହନି ଟ୍ରାପ୍‌ର ଶିକାର ହୋଇଥିବା ଏହି କ୍ଲର୍କ ଜଣଙ୍କୁ ଗତକାଲି ଗିରଫ କରାଯାଇଛି। ହ୍ବାଟ୍ସଆପ୍‌ ମାଧ୍ୟମରେ ସେ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିବା ଜଣାପଡ଼ିଛି। ସେନାର ଏହି କିରାଣି ଜଣଙ୍କୁ ଆଜି ଭୋପାଳର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସେନା ଅଧିକାରୀମାନେ ମଧ୍ୟ ଏହି କିରାଣୀଙ୍କୁ ଜେରା କରିବାକୁ ଚାହିଛନ୍ତି। ଉଲ୍ଲେଖଯୋଗ୍ୟ ଗିରଫ ହୋଇଥିବା ଏହି କର୍ମଚାରୀ ଜଣଙ୍କ ଗତ ୨୦୧୮ ଡି‌ସେମ୍ବରରୁ ଲକ୍ଷ୍ନୌର ସାମରିକ ଗୁଇନ୍ଦା ବିଭାଗର ତଦନ୍ତ ପରିସରରେ ରହିଥିଲେ।

ସମ୍ବନ୍ଧିତ ଖବର