ମାଇନସ୍ ୨୫ ଡିଗ୍ରି ସେଲସିୟସ ତାପମାତ୍ରାରେ ପ୍ରଶିକ୍ଷଣ ନେଉଛନ୍ତି ଆଇଟିବିପି ଯବାନ

ନୂଆଦିଲ୍ଲୀ: ଯବାନମାନେ ଦେଶର ରକ୍ଷା ପାଇଁ ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ ସମୟରେ ପ୍ରସ୍ତୁତ ଥାଆନ୍ତି। ଦେଶ ପାଇଁ ଜୀବନ ଦେବା ପାଇଁ ସବୁବେଳେ ଆଗରେ ଥାଆନ୍ତି ଯବାନ। ନିକଟରେ ସୋସିଆଲ ମିଡିଆରେ ଯବାନଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଆଇଟିବିପି ଯବାନ ସୀମା ନିକଟରେ ବରଫ ଆଚ୍ଛାଦିତ ସ୍ଥାନରେ ମାଇନସ୍ ୨୫ ଡିଗ୍ରି ସେଲସିୟସରେ ଦେଶର ସୁରକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଅନେକ ଆଇଟିବିପି ଯବାନ ଏକ ଧାଡ଼ିରେ ଠିଆ ହୋଇ ପ୍ରଶିକ୍ଷଣ ନେଉଛନ୍ତି । ଏହି ସମୟରେ ସେମାନଙ୍କ ଚାରିପଟେ ବରଫ ଜମି ରହିଥିବା ବି ଦେଖିବାକୁ ମିଳୁଛି। ଶୀତଦିନେ ପ୍ରବଳ ଥଣ୍ଡାରେ ବରଫ ଭିତରେ ଯବାନମାନେ ‌କେତେ କଷ୍ଟରେ ପ୍ରଶିକ୍ଷଣ ନେଉଥିବେ ତାହା ଅନୁମାନ କରାଯାଉଛି।

 

ଏହି ଭିଡିଓଟି ଉତ୍ତରାଖଣ୍ଡ ସୀମାରୁ ଆସିଛି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ (ଆଇଟିବିପି) ଯବାନ ମାଇନସ୍ ୨୫ ଡିଗ୍ରି ସେଲସିୟସ ତାପମାତ୍ରାରେ  ଉତ୍ତରାଖଣ୍ଡ ସୀମାରେ ପ୍ରବଳ ଥଣ୍ଡାରେ ତାଲିମ ନେଉଛନ୍ତି। ଏହି ଭିଡିଓରେ ଆଇଟିବିପି ଯବାନ ପ୍ୟାରେଡ୍ କରୁଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର