ଶ୍ରୀନଗର ପୁଲିସକୁ ମିଳିଲା ବଡ଼ ସଫଳତା; ଗିରଫ ହେଲେ ୪ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଶ୍ରୀନଗର ପୁଲିସ  ସୁରକ୍ଷା ବାହିନୀ ସହିତ ମିଶି ଜୈସ-ଏ-ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ମଡ୍ୟୁଲ ଉପରେ ଚଢ଼ାଉ କରି ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଜୈସ-ଏ- ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୪ଜଣଙ୍କୁ ଗିରଫ କରିଥିଲା। ଏଥିସହିତ ଆତଙ୍କବାଦୀଙ୍କ ନିକଟରୁ ସ୍ଥାନୀୟ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ରାଇଫଲ, ଗୁଳି, ମାଗାଜିନ, ବନ୍ଧୁକ ଓ ୬ଟି ଚାଇନା ବୋମା ରହିଛି।

କାଶ୍ମୀର ଜୋନ୍ ପୁଲିସର କହିବାନୁସାରେ, ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀନଗର ପୁଲିସ ଅଧିକ ତଦନ୍ତରେ ନିୟୋଜିତ ଅଛି। ଗିରଫ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ପୁଲିସ ପଚରାଉଚରା କରୁଛି। ପୁଲିସର ସର୍ଚ୍ଚ ଅପରେସନ ଚାଲିଛି।

 

ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ୟାସିନ ଭଟ, ଶେରାଜ ଅହମ୍ମଦ ରାଠୋ, ଗୁଲାମ ହାସନ ଖଣ୍ଡେ ଏବଂ ଅହମ୍ମଦ ଭଟ ବୋଲି।

ପୁଲିସ ସୂଚନାନୁସାରେ, ପଚରାଉଚରା ବେଳେ ଗିରଫ ଆତଙ୍କବାଦୀ କହିଥିଲେ, ସେମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଜୈସ-ଏ-ଅହମ୍ମଦ ସହିତ ଜଡ଼ିତ ଅଛି। ଏହି ସଙ୍ଗଠନ ସହିତ ଯୋଡ଼ି ହୋଇ ସେମାନେ ଆତଙ୍କବାଦୀ ମଡ୍ୟୁଲ ଭାବେ କାମ କରନ୍ତି।

ସମ୍ବନ୍ଧିତ ଖବର