ଆମ ଦୁର୍ଭାଗ୍ୟ ଯେ ପାକିସ୍ତାନ ଆମ ପଡ଼ୋଶୀ : ଜୟଶଙ୍କର

ନୂଆଦିଲ୍ଲୀ: ତଳିତଳାନ୍ତ ହୋଇଗଲେ ବି ପଡ଼ୋଶୀ ଦେଶ ପାକିସ୍ତାନ ତା’ର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ଥିବା ପରି ମନେ ହେଉନାହିଁ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀଙ୍କ ବୟାନ ଅନୁଯାୟୀ, ଲାଗୁଛି ଯେମିତି ଭାରତ ପାକିସ୍ତାନକୁ କୌଣସି ପ୍ରକାରେ ଛାଡିବା ମୁଡରେ ନାହିଁ । ଏସ୍ ଜୟଶଙ୍କର କହିଛନ୍ତି ଯେ ଭାରତ ଆଉ ଆତଙ୍କବାଦ ପ୍ରସଙ୍ଗକୁ ଅଣଦେଖା କରିବ ନାହିଁ। ଭାରତର ଦୁର୍ଭାଗ୍ୟ ଯେ ଆମକୁ ଏପରି ଏକ ପଡ଼ୋଶୀ ଦେଶ ମିଳିଛି ଯିଏକି ଆତଙ୍କବାଦକୁ ପ୍ରେତ୍ସାହିତ କରୁଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି। ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟିରେ ତାଙ୍କ ପୁସ୍ତକ ‘ହ୍ୱାଇ ଇଣ୍ଡିଆ ମ୍ୟାଟର୍ସ’ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଯେଉଁ ପଡ଼ୋଶୀ ଖୁଲମଖୁଲା ଆତଙ୍କବାଦକୁ ରାଷ୍ଟ୍ରର ଅସ୍ତ୍ର ଭାବେ ବ୍ୟବହାର କରୁଛି ସେପରି ପଡ଼ୋଶୀଙ୍କ ସହ ଆପଣ କିପରି ମୁକାବିଲା କରିବେ? କିନ୍ତୁ ଭାରତ ଏବେ ଆତଙ୍କବାଦକୁ ଅଣଦେଖା କରିବା ସପକ୍ଷରେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏବେ ଆତଙ୍କବାଦକୁ ଏକ ଉଦ୍ୟୋଗ ପରି କରିଦେଇଛି ।

 

ସମ୍ବନ୍ଧିତ ଖବର