ୟୁଟ୍ୟୁବର ଏଲଭିସ ଯାଦବଙ୍କ ସମ୍ପତ୍ତି ମୂଲ୍ୟ କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ : ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଉଥିବା ଅଭିଯୋଗରେ ଗତ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ବୀକାର କରୁଥିବା ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରିଥିଲେ | ତେବେ କିଛି ନ୍ୟାୟିକ ହେପାଜତରେ ରହିବା ପରେ ଏବେ ଏଲଭିସଙ୍କୁ ଜାମିନ ମିଳିଥିବା ଜଣାପଡିଛି |

ତେବେ ୟୁଟ୍ୟୁବର ହୋଇ ସେ କେତେ କୋଟିର ମାଲିକ ଆପଣ ଜାଣନ୍ତି କି? ସୂଚନା ମୁତାବକ, ପ୍ରଥମେ ଏଲଭିସ ସରକାରୀ ଚାକିରି କରିବାକୁ ଚାହୁଁଥିଲେ | କିନ୍ତୁ ଧୀରେ ଧୀରେ, ତାଙ୍କର ଆଗ୍ରହ ୟୁଟ୍ୟୁବ୍  ଭିଡିଓ ଆଡକୁ ଆସିଥିଲା | ବର୍ତ୍ତମାନ ସେ ୟୁଟ୍ୟୁବ୍ ଭିଡିଓ ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି | ୨୦୧୬ ରେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିବା ଏଲଭିଶ୍ ଯାଦବଙ୍କର ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମରେ ୧୦.୮ମିଲିଅନ ସବସ୍କ୍ରାଇବର ଅଛନ୍ତି | ଏହା ସହ ଇନଷ୍ଟାଗ୍ରାମରେ ୬.୨ ମିଲିଅନ ଫଲୋୟର୍ସ ରହିଛନ୍ତି | ଲୋକପ୍ରିୟତା ମିଳିବା ସହ ଏଲଭିସଙ୍କ ଆୟ ବି ବଢିଛି | ଜାତୀୟ ଗଣମାଧ୍ୟମ ମୁତାବକ, ଯଦି ଆମେ ତାଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ମୋଟ ୪୦କୋଟିର ମାଲିକ ଅଟନ୍ତି |

ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବେ ଏଲଭିଶଙ୍କୁ ଏକ ରେଭ୍ ପାର୍ଟୀରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ ପାର୍ଟି କରୁଥିଲେ। ସେମାନଙ୍କ ବେକରେ ବିରଳ ସାପ ଥିବା ପାର୍ଟି ସମୟରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏଲଭିସ୍ ପୁଲିସ ରାଡାରକୁ ଆସିଥିଲେ।

ସମ୍ବନ୍ଧିତ ଖବର