ହାତରେ ମଦ ବୋତଲ ଧରି ଯୁବତୀଙ୍କ ସହିତ ଅନ୍ତରଙ୍ଗ ମୁଦ୍ରାରେ ତେଜଶ୍ୱୀ ଯାଦବଙ୍କ ଫଟୋ ଏବେ ଭାଇରାଲ୍‌

ପାଟନା: ବିହାରରେ ମଦକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ କଥା କଟାକଟି ଚାଲିଛି। ବୁଧବାର ଲାଲୁ ପ୍ରସାଦ ଅଭିଯୋଗ କରିଥିଲେ କି ଜେଡିୟୁର ସମସ୍ତ ପ୍ରବକ୍ତା ନିଜ ନିଜ ଘରେ ମଦ ରଖିଛନ୍ତି। ଲାଲୁଙ୍କ ପରେ ପରେ ତାଙ୍କ ସାନ ପୁଅ ତେଜଶ୍ୱୀ ଯାଦବ ଗୁରୁବାର ପୁଣିଥରେ ଜେଡିୟୁ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଜେଡିୟୁ ମଦ ମାଫିଆଙ୍କୁ ଅଶ୍ରୟ ଦେଇଛି। ଏହି ମାମଲାରେ ପାର୍ଟି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଏତିକି ନୁହେଁ, ଜଣେ ମଦ ବ୍ୟବସାୟୀଙ୍କ ସହିତ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ରାକେଶ ସିଂହ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗତ ରବିବାର ଦିନ ଲନି ମାର୍ଗରେ ସେଲଫି ଉଠାଇଥିବାର ଦେଖିବାକୁ ମିଳିଥିଲା।

ଲାଲୁ ଯାଦବ ଓ ତେଜଶ୍ୱୀ ଯାଦବଙ୍କର ଏହି ବୟାନ ପରେ ଜେଡିୟୁର ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ତେଜଶ୍ୱୀଙ୍କୁ ଜଡ଼ାଇ ଧରିଥିବା ଜଣେ ଯୁବତୀଙ୍କ ଫଟୋ ଦେଖାଇଥିଲେ। କେବଳ ସେତିକି ନୁହେଁ, ତେଜଶ୍ୱୀ ହାତରେ ଏକ ବିୟର ବୋତଲ୍‌ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି ଏଇ ଫଟୋରେ।

ଜେଡିୟୁର ମୁଖ୍ୟ ପ୍ରବକ୍ତା ସଞ୍ଜୟ ସିଂହ କହିଛନ୍ତି, ଯୁବତୀଙ୍କ ସହିତ ହାତରେ ମଦ ବୋତଲ ଧରି ତେଜଶ୍ୱୀ ଯାଦବଙ୍କ ଏହି ଫଟୋ କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆମର ଦାବି, ତେଜଶ୍ୱୀ ଏବେ ବି ମଦ୍ୟପାନ କରୁଛନ୍ତି। ଲାଲୁ ଯାଦବଙ୍କୁ ଯଦି ବିଶ୍ୱାସ ହେଉ ନାହିଁ ସେ ନିଜ ପୁଅର ରକ୍ତ ପରୀକ୍ଷା କରାଇ ନିଅନ୍ତୁ।

ଜେଡିୟୁର ମୁଖ୍ୟ ପ୍ରବକ୍ତା ସଞ୍ଜୟ ସିଂହ କହିଛନ୍ତି, ଯୁବତୀଙ୍କ ସହିତ ହାତରେ ମଦ ବୋତଲ ଧରି ତେଜଶ୍ୱୀ ଯାଦବଙ୍କ ଏହି ଫଟୋ କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆମର ଦାବି, ତେଜଶ୍ୱୀ ଏବେ ବି ମଦ୍ୟପାନ କରୁଛନ୍ତି। ଲାଲୁ ଯାଦବଙ୍କୁ ଯଦି ବିଶ୍ୱାସ ହେଉ ନାହିଁ ସେ ନିଜ ପୁଅର ରକ୍ତ ପରୀକ୍ଷା କରାଇ ନିଅନ୍ତୁ।

ଅନ୍ୟପକ୍ଷରେ ଜେଡିୟୁର ପ୍ରବକ୍ତା ନୀରଜ କୁମାର ଅଭିଯୋଗ କରିଛନ୍ତି, ତେଜଶ୍ୱୀ ନୂଆଦିଲ୍ଲୀଗସ୍ତରେ ଯାଇଥିବା ସମୟରେ ବିହାର ଭବନରେ ରହିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ମୋର ରହିବାକୁ ଏପରି ଏକ ଘରୋଇ ସ୍ଥାନ ଠିକ କର ଯେଉଁଠାରେ ମଦ ସହଜରେ ଉପଲବ୍ଧ ହେଉଥିବ।

ଜେଡିୟୁ ପ୍ରବକ୍ତା ଲାଲୁଙ୍କୁ ସିଧାସଳଖ କହିଛନ୍ତି, ଯଦି ଲାଲୁଙ୍କୁ ଲାଗୁଛି ଆମ ଘରେ ମଦ ବୋତଲ ଅଛି ତେବେ ସେ ଯେତେବେଳେ ଚାହିଁବେ ଆମ ଘର ଯାଞ୍ଚ କରି ପାରିବେ। ଏଥିପାଇଁ ମୁଁ ପ୍ରସ୍ତୁତ ଅଛି। ତେବେ ଲାଲୁଙ୍କୁ ବି ତାଙ୍କ ଘର ଯାଞ୍ଚ କରିବାର ଅନୁମତି ଦେବାକୁ ପଡ଼ିବ।

ଏପଟେ ତେଜଶ୍ୱୀ ଯାଦବ ଏହି ବୟାନକୁ ଖଣ୍ଡନ କରିଛନ୍ତି। ତେଜଶ୍ୱୀ କହିଛନ୍ତି, ୨୦୧୦ ମସିହାର ଫଟୋ ଯେତେବେଳେ ମୁଁ ଆଇପିଏଲ ଖେଳୁଥିଲୁ। ମୁଁ ଏହି ଯୁବତୀଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହିଁ। ମୁଁ ବୁଝି ପାରୁ ନାହିଁ ଏହି ଫଟୋରେ କ’ଣ ତ୍ରୁଟି ଅଛି। ମୋର ସମାଜରେ ଥିବା ସମ୍ମାନକୁ ଖରାପ କରିବା ପାଇଁ ବିଜେପି ୨୦୧୨ରେ ବି ଏହି ଫଟୋକୁ ପ୍ରୟୋଗ କରିଥିଲା।

ସମ୍ବନ୍ଧିତ ଖବର