ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ‘ଏନ୍ସିପି’ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁରେ ମାମଲା
ଥାନେ: ଥାନେରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ‘ନ୍ୟାସ୍ନାଲିଷ୍ଟ କଂଗ୍ରେସ ପାର୍ଟି’ (ଏନ୍ସିପି) ନେତା ତଥା ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଟୁଇଟ୍ କରି ଆହ୍ବାଡ଼ କହିଛନ୍ତି ଯେ, ସେ ବିଧାୟକ ପଦରୁ ଇସ୍ତଫା ଦେବେ।
ଅଭିଯୋଗକାରିଣୀଙ୍କ କହିବା ଅନୁସାରେ, ନଭେମ୍ବର ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁମ୍ବ୍ରା-ଶିଲଫାଟ ୱାଇ-ଜଙ୍କ୍ସନ୍ ଉଦ୍ଘାଟନ କରିବାକୁ ଆସିଥିବା ବେଳେ ‘ଏନ୍ସିପି’ ନେତା ଆହ୍ବାଡ଼ ତାଙ୍କ ହାତ ଧରି ଗୋଟିଏ ପାଖକୁ ଠେଲି ନେଇଥିଲେ। ସେତେବେଳେ ସେ (ଅଭିଯୋଗକାରିଣୀ) ଅନ୍ୟ ଲୋକମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଯାଉଥିଲେ।
ସେ ମହିଳାଙ୍କ ବୟାନ ଓ ଭିଡିଓକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଏନ୍ସିପି’ ନେତା ଜିତେନ୍ଦ୍ର ଆହ୍ବାଡ଼ କହିଛନ୍ତି, ୭୨ ଘଣ୍ଟା ମଧ୍ୟରେ ପୁଲିସ ମୋ ନାଁରେ ୨ଟି ମିଥ୍ୟା ମାମଲା ରୁଜୁ କରିଛି। ତାହା ପୁଣି ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୫୪ ଅନୁସାରେ।
ପୁଲିସର ଏତାଦୃଶ ବର୍ବରତା ବିରୋଧରେ ମୁଁ ସଂଗ୍ରାମ କରିବି। ବିଧାୟକ ପଦର ଇସ୍ତଫା ଦେବି ବୋଲି ସ୍ଥିର କରିଛି। ଏହା ହେଉଛି ଗଣତନ୍ତ୍ର ହତ୍ୟା।
ସୂଚନାଯୋଗ୍ୟ, ଗୋଟାଏ ମରାଠୀ ଚଳଚ୍ଚିତ୍ର ପ୍ରଦର୍ଶନରେ ବିଶୃଙ୍ଖଳା ସୃଷ୍ଟି କରିଥିବା ମାମଲାରେ ଗରିଫ ହୋଇଥିବା ‘ଏନ୍ସିପି’ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କୁ ଶନିବାର ଦିନ ଜାମିନ ମିଳିଥିଲା।
ସୋମବାର ଦିନ ମରାଠୀ ଚଳଚ୍ଚିତ୍ର ‘ହର ହର ମହାଦେବ’ ପ୍ରଦର୍ଶନ ସମୟରେ ବିଧାୟକ ଆହ୍ବାଡ଼ ଏବଂ ତାଙ୍କ ସମର୍ଥକମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ବିଧାୟକ ଅଭିଯୋଗ କରିଥିଲେ ଯେ, ଏହି ଚଳଚ୍ଚିତ୍ର ମରାଠୀ ଶାସକ ଶିବାଜୀଙ୍କ ଇତିହାସକୁ ବିଭ୍ରାନ୍ତ କରିଛି।