ଲଖିମପୁର ଖେରି ହିଂସା ମାମଲା: ୧୫ ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଲଖିମପୁର ଖେରି ହିଂସା ଘଟଣାରେ ଶୁଣାଣି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଉତ୍ତରପ୍ରଦେଶ ସରକାରଙ୍କ ଅନୁରୋଧକ୍ରମେ ମାମଲାର ଶୁଣାଣି ସ୍ଥଗିତ ରହିଛି। ଆଜି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ କୋର୍ଟରେ ହାଜର ହୋଇଥିଲେ। ସରକାର କୋର୍ଟଙ୍କଠାରୁ କିଛି ସମୟ ମାଗିଥିଲେ। ଏହାପରେ ପ୍ରଧାନ ବିଚାରପତି ଏନ୍‌ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରି ହିଂସା ଘଟଣାର ତଦନ୍ତ ତଦାରଖ ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତରପ୍ରଦେଶ ସରକାର ଆଜି ଏହି ପ୍ରସଙ୍ଗରେ କୋର୍ଟରେ ମତ ରଖିବାର ଥିଲା। କିନ୍ତୁ ଶୁକ୍ରବାର ଦିନ କୋର୍ଟରେ ଶୁଣାଣି ଆରମ୍ଭ ହେଉ ହେଉ ହରିଶ ସାଲ୍‌ଭେ କୋର୍ଟଙ୍କଠାରୁ ୧୫ ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେଣୁ କୋର୍ଟ ମାମଲାର ଶୁଣାଣିକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର