ଘରେ ପଶି ୩ ବର୍ଷର ଶିଶୁକୁ ଟେକି ନେଲା ଚିତା, ଅଧା ଖଣ୍ଡିଆ କରି ବୁଦା ମୂଳେ ଫିଙ୍ଗି ଦେଇ ଗଲା

ବେଙ୍ଗାଲୁର: ବେଙ୍ଗାଲୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାମନଗରର ମାଗଡ଼ି ତାଲୁକସ୍ଥିତ ଏକ ଗ୍ରାମରେ ଏକ ଚିତା ବାଘ ଜଣେ ୩ ବର୍ଷର ଶିଶୁକୁ ଟେକି ନେବା ସହ ଶିଶୁ ଜଣକୁ ଅଧା ଖାଇ ସାରିବା ପରେ ଅଧା ଶରୀରକୁ ଏକ ବୁଦା ନିକଟରେ ଫିଙ୍ଗି ଦେଇ ଯାଇଛି।

ପୂରା ଗାଁ ନିଦ୍ରାରେ ଥିବା ଅବସ୍ଥାରେ ଚିତାବାଘଟି କୁନି ଶିଶୁ ହେମନ୍ତଙ୍କ ଘରକୁ ପଶି ହେମନ୍ତ ଶୋଇ ଥିବା ଅବସ୍ଥାରେ ବାହାରକୁ ଟେକି ନେଇ ଯାଇଥିଲା ବୋଲି ଜାଣିବାକୁ ମିଳିଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବାଘଟି ହେମନ୍ତକୁ ଟେକି ନେବା ଦିନ ଗ୍ରାମରେ ବିଜୁଳି ନ ଥିଲା। ବିଜୁଳି ନଥିବା କାରଣରୁ ଗରମରୁ ରକ୍ଷା ପାଇବାକୁ ହେମନ୍ତର ପରିବାର ଲୋକ ଘରର କବାଟ ଖୋଲା କରି ଘରେ ଶୋଇଥିଲେ।

କବାଟ ଖୋଲା ଥିବାର ସୁଯୋଗ ନେଇ ଚିତାବାଘଟି ଘରେ ପଶି ଶିଶୁଟିକୁ ‌ଟେକି ନେଇଥିଲା। ଭୋରୁ ଭୋରୁ ପରିବାର ଲୋକଙ୍କ ନିଦ ଭାଙ୍ଗିବା ପରେ  ପୁଅଟିକୁ ଖୋଜିବା ଆରମ୍ଭ କରିଥିଲେ। ଖୋଜିବା ପରେ ତାଙ୍କ ଘରଠାରୁ ୬୦ ମିଟର୍‌ ଦୂରରେ ପୁଅର କ୍ଷତବିକ୍ଷତ ଶରୀର ପାଇଥିଲେ। ଚିତାଟିକୁ ଧରିବା ପାଇଁ ଜଙ୍ଗଲ ବିଭାଗ ତା’ର ଅପରେସନ୍ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର