ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ, ରକ୍ତରେ ଲେଖିଲେ ଚିଠି

ଆଜି ଶପଥ ନେବେ କେସିଆର୍‌

ଜୟପୁର: ରାଜସ୍ଥାନରେ ଜୋରଦାର ବିଜୟ ସହ କଂଗ୍ରେସ କ୍ଷମତାକୁ ଫେରିବାପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କସରତ ଜାରି ରହିଛି। କଂଗ୍ରେସର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ସଚିନ ପାଇଲଟଙ୍କ ସମର୍ଥକମାନେ ଆଜି ରକ୍ତରେ ଚିଠି ଲେଖି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ସଚିନ ପାଇଲଟ୍‌ ଦୀର୍ଘ ୫ ବର୍ଷ ଧରି ଦଳୀୟ ସଂଗଠନକୁ ଶକ୍ତିଶାଳୀ କରିବାପାଇଁ କଠୋର ପରିଶ୍ରମ କରିଥିଲେ ଏବଂ ଏହାର ଫଳ ସ୍ବରୂପ କଂଗ୍ରେସ ବିଜୟ ହାସଲ କରିଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ବଢ଼ୁଥିବାବେଳେ ଏଭଳି ରକ୍ତରେ ଲିଖିତ ପତ୍ର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆଜି ଶପଥ ନେବେ କେସିଆର୍‌

ହାଇଦ୍ରାବାଦ୍‌ : ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଗୁରୁବାର ଅପରାହ୍ନ ୧.୩୦ରେ କେସିଆର୍‌ ରାଜଭବନରେ ଶପଥ ‌ନେବେ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଇଏସଏଲ ନରସିଂହନ୍‌ କେସିଆର୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। କେସିଆର୍‌ଙ୍କ ସହ କେତେକ ଟିଆରଏସ୍‌ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଟିଆରଏସ୍‌ ବିଧାନସଭା ନିର୍ବାଚନରେ ମୋଟ୍‌ ୧୧୯ ଆସନରୁ ୮୮ଟି ଆସନ ଦଖଲ କରି କ୍ଷମତାକୁ ଫେରିଛି।

ସମ୍ବନ୍ଧିତ ଖବର