ଏମ୍‌ ୭୭୭ ଓ ବଜ୍ର-ଟି କମାଣ ସେନାରେ ସାମିଲ : ଭାରତୀୟ ସେନାର ଅସ୍ତ୍ରଭଣ୍ଡାର ଶକ୍ତିଶାଳୀ ହେଲା

ନାସିକ୍‌: ଦୀର୍ଘ ୩୦ ବର୍ଷ ପରେ ଭାରତୀୟ ସେନାରେ କମାଣ ଏବ ହାଲୁକା ହୁଇଜର୍‌ ବନ୍ଧୁକ ସାମିଲ୍‌ ହୋଇଛି। ବୋଫର୍ସ କମାଣ ପରେ ଆଉ କୌଣସି ସେହି ଶ୍ରେଣୀର ଯୁଦ୍ଧାସ୍ତ୍ର ଭାରତୀୟ ସେନାରେ ସାମିଲ୍‌ ହୋଇ ନ ଥିଲା। ଆଜି ନାସିକର ଦେଓଲାଲି ଆର୍ଟିଲାରି ସେଣ୍ଟରରେ କେ୯ ବଜ୍ର-ଟି ଓ ଏମ୍‌ ୭୭୭ ହୁଇଜର୍‌ କମାଣକୁ ସେନାକୁ ହସ୍ତାନ୍ତର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଦୁଇ ଅତ୍ୟାଧୁନିକ କମାଣକୁ ସେନାରେ ବିଧିବଦ୍ଧ ସାମିଲ୍‌ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ଦୀର୍ଘ ୩୦ ବର୍ଷ ପରେ ଏହି ଭଳି କମାଣ ସେନା ହାତକୁ ଆସିଛି। ୨୦୧୪ରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ସେନାକୁ ଶକ୍ତିଶାଳୀ କରିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଏମ୍‌ ୭୭୭ ଅଲଟ୍ରା ଲାଇଟ୍‌ ହୁଇଜର୍‌ ବନ୍ଧୁକ ଓ ଏହା ଆମେରିକାରୁ ଆମଦାନି କରାଯାଇଛି।ଏମ୍‌ ୭୭୭ ପାର୍ବତ୍ୟଞ୍ଚଳରେ ବ୍ୟବହାର ଲାଗି ସୁବିଧାଜନକ। ଏହାକୁ ସହଜରେ ସାଥିରେ ନେଇ ଯବାନମାନେ ପାହାଡ ଚଢ଼ି ପାରିବେ। ସେହିପରି ଦକ୍ଷିଣ-କୋରିଆର ଜଣାଶୁଣା ଅସ୍ତ୍ରନିର୍ମାଣକାରୀ ହନ୍‌ଓ୍ଵା ଟେକ୍‌ଓ୍ଵିନ୍‌ ସହାୟତାରେ ଭାରତୀ କମ୍ପାନି ଲାର୍ସେନ୍‌ ଆଣ୍ଡ୍‌ ଟର୍ବୋ ପ୍ରସ୍ତୁତ କରିଛି ଶକ୍ତିଶାଳୀ ହୁଇଜର ଶ୍ରେଣୀୟ କମାଣ କେ୯ ବଜ୍ର-ଟି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାଓ୍ଵତ୍‌ଙ୍କ ଉପସ୍ଥିତିରେ ଏହା ହସ୍ତାନ୍ତର ହେଉଛି ।

୧୯୮୦ରେ ବୋଫର୍ସ କମାଣ ପରେ ପ୍ରଥମ ଥର ଲାଗି ହୁଇଜର୍‌ ଶ୍ରେଣୀୟ କମାଣ ଭାରତୀୟ ସେନାକୁ ଦିଆଯାଇଛି। କେ-୯ ବଜ୍ର-ଟି ଶ୍ରେଣୀୟ କମାଣ ଦକ୍ଷିଣ କୋରିଆ ସେନା ବ୍ୟବହାର କରିଆସୁଛି।ଏହି କମାଣର ଓଜନ ୪୫ ଟନ୍‌ ଓ ଏହା ଘଣ୍ଟାକୁ ୬୦/୭୦ କିମି ବେଗରେ ଗୋଳା ବର୍ଷଣ କରିବାର କ୍ଷମତା ରଖିଛି।

ଉଲ୍ଲେଖଯୋଗ୍ୟ କଥା ହେଲା,ପାକିସ୍ତାନ ସହିତ ଭାରତୀୟ ସେନାର ମୁହାଁମୁହିଁ ଘଟଣା କ୍ରମଶଃ ବଢ଼ିଚାଲିଥିବାରୁ ଏହି ହୁଇଜର କମାଣକୁ ଭାରତ-ପାକିସ୍ତାନ ପଶ୍ଚିମ ସୀମାନ୍ତରେ ମୁତୟନ କରାଯିବାର ଯୋଜନା ରହିଛି। ବଜ୍ର-ଟି ସାମିଲ୍‌ ହେବା ଦ୍ୱାରା ସେନାର ଅସ୍ତ୍ର ଶକ୍ତିରେ ବୃଦ୍ଧି ଘଟିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର