ପରିବାରର ପେଟ ପୋଷିବା ପାଇଁ ଘରଛାଡ଼ି ତାମିଲନାଡୁ ଗଲେ ଦେବାଶିଷ; ମୃତଦେହ ନେଇଯାଅ ବୋଲି ଆସିଲା ଫୋନ୍‌ କଲ୍‌

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ବାଘଡ଼ା ରୋଡ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବାକୁ ଯାଇ ଦେବାଶିଷ ସାହୁ ନାମକ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଛି। ଯୁବକ ଜଣକ ଟଙ୍କା ପାଇଁ ଦେଢ଼ ବର୍ଷ ତଳେ ଜଣେ  ଦଲାଲ ସହ ତାମିଲ୍‌ନାଡୁ ଯାଇଥିଲେ। ସେଠାରେ ରହି ସେ ରୋଜଗାର କରି ପଠାଉଥିବା ଟଙ୍କାରେ ତାଙ୍କ ପରିବାର ଲୋକଙ୍କ ଭରଣପୋଷଣ ହେଉଥିଲେ।

ମାତ୍ର କିଛି ଦିନ ତଳେ ଦଲାଲ ଜଣକ ପରିବାର ଲୋକଙ୍କୁ ଦେବାଶିଷ ହଜିଯାଇଛନ୍ତି ବୋଲି କହିଥିଲେ। ଗତ ୪ ଦିନ ତଳେ ଦଲାଲଙ୍କ ପାଖରୁ ପରିବାର ଲୋକଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ସେ ଫୋନ୍‌ କଲ୍‌ ଜରିଆରେ ଜଣାଇଥିଲେ ଯେ ତାଙ୍କ ପୁଅ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କରିଛନ୍ତି। କାହାକୁ କିଛି ନଜଣାଇ ଚୁପ୍‌ଚାପ ଆସି ମୃତଦେହ ନେଇ ଯାଅ ବୋଲି ଦଲାଲ ଜଣକ କହିଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି।

ନିଜର ଆର୍ଥିକ ଅସୁବିଧା ହେତୁ ପରିବାର ଲୋକ ତାମିଲନାଡୁରୁ ଦେବାଶିଷଙ୍କର ମୃତଦେହ ଆଣିବାକୁ ଅସମର୍ଥ ଥିବାରୁ ସ୍ଥାନୀୟ ପ୍ରଶାସନ ନିକଟରେ ସେମାନେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଏବେ ସୁଦ୍ଧା ଦେବାଶିଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର