କରୋନାର ନୂତନ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିଶେଷଜ୍ଞ ଓ ଅଧିକାରୀମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କୋଭିଡ-୧୯ର ନୂତନ ପ୍ରଜାତି ଏକ୍ସଇ ଉପରେ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଦେଶରେ କୋଭିଡ-୧୯ ମାମଲାଗୁଡିକର ସମୀକ୍ଷା କଲାବେଳେ ସେ ଅଧିକାରୀମାନଙ୍କୁ କରୋନାର ନୂତନ ପ୍ରଜାତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଡକ୍ଟର ମାଣ୍ଡଭିୟ ଅଧିକାରୀମାନଙ୍କୁ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ଔଷଧପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ଦେବା ଉଚିତ ବୋଲି କହିଥିଲେ ।

ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଏନଟିଏଜିଆଇ ଡକ୍ଟର ଏନ କେ ଆରୋରା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର