ମଇ ୨୩କୁ ‘ମୋଦୀ ଦିବସ’ ଭାବେ ପାଳନ କରିବାକୁ କହିଲେ ରାମଦେବ

ନୂଆଦିଲ୍ଲୀ: ମଇ ୨୩ ତାରିଖକୁ ‘ମୋଦୀ ଦିବସ’ କିମ୍ବା ‘ଲୋକ କଲ୍ୟାଣ’ ଦିବସ ଭାବେ ପାଳିବା ଦରକାର ବୋଲି ଯୋଗଗୁରୁ ବାବା ରାମଦେବ ସୋମବାର କହିଛନ୍ତି। କାରଣ ମଇ ୨୩ ଭାରତୀୟ ଇତିହାସରେ ଏକ ଗୌରବଶାଳୀ ଦିନ । ବିଶାଳ ବହୁମତରେ ଦେଶର ଜନତା ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ ରଖି  ୫୦ ପ୍ରତିଶତରୁ ଅଧିକ ମତଦାନ ଦେଇ ଭରସା କରିଛନ୍ତି।

Al Jazeera

ସୋମବାର  ସମ୍ବାଦଦାତାଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଯୋଗଗୁରୁ ରାମଦେବ କହିଥିଲେ କି, ଗରିବ ଚା’ ବ୍ୟବସାୟୀ ପରିବାରରେ ଜନ୍ମ ନେଇଥିବା ନରେନ୍ଦ୍ର ମୋଦୀ ପୂରା ଦେଶର ଲୋକଙ୍କ ସମର୍ଥନ ପାଇଛନ୍ତି। ମୋଦି ୩୦୦ରୁ ଅଧିକ ସିଟ୍‌ ଜିତିଛନ୍ତି। ସେ ଏହି କଥା ମୋଦିଙ୍କ ପ୍ରତି ଶ୍ରଦ୍ଧା ଥିବା ହେତୁ କହୁ ନାହାନ୍ତି, ଭଗବାନଙ୍କ ଆର୍ଶୀବାଦ ମୋଦିଙ୍କ ଉପରେ ଅଛି। କୋଟିକୋଟି ଲୋକଙ୍କ ବିଶ୍ୱାସ ପାଇବା କିଛି ସହଜ କଥା ନୁହେଁ। ଗୋଟିଏ ପଟେ ବିରୋଧୀ ଦଳ ଏକାଠି ହୋଇଥିବା ବେଳେ ଜଣେ ଯୋଦ୍ଧା ଭାବେ ମୋଦି ଏକାକି ନିର୍ବାଚନ ଲଢ଼ି ବିଜୟ ଲାଭ କରିଛନ୍ତି। ତେଣୁ ମଇ ୨୩କୁ ଭାରତୀୟ ରାଜନୀତୀରେ ଏକ ସ୍ୱତନ୍ତ୍ର ସ୍ଥାନ ମିଳିବା କଥା ବୋଲି ରାମଦେବ କହିଛନ୍ତି।

ସମ୍ବନ୍ଧିତ ଖବର