ପଶ୍ଚିମବଙ୍ଗ ଆସିବା ବାଟରେ ମୋ ହେଲିକପ୍ଟରରେ ସମସ୍ୟା ଦେଖାଦେଲା, କିନ୍ତୁ ମୁଁ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିବି ନାହିଁ: ଅମିତ ଶାହା

ନନ୍ଦିଗ୍ରାମ ଘଟଣାକୁ ନେଇ ଦିଦିଙ୍କୁ ଟାର୍ଗେଟ କଲେ ଶାହା

କୋଲକାତା: ମତଦାନ ତାରିଖ ଯେତେ ପାଖକୁ ଆସୁଛି ସେତେ ବଢ଼ୁଛି ନିର୍ବାଚନ ତାତି। ପରସ୍ପରକୁ କଟାକ୍ଷ କରୁଛନ୍ତି ବିଭିନ୍ନ ଦଳର ନେତା। ବିଶେଷ କରି କୋଲକାତାରେ ଚଳିତ ବର୍ଷ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କିଛି ଦିନ ତଳେ ନନ୍ଦିଗ୍ରାମରେ ପ୍ରଚାର କରୁଥିବା ବେଳେ ଆହତ ହୋଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଘଟଣା ପରେ ତାଙ୍କୁ ଆଘାତ ଦେବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ମମତା ବାନାର୍ଜୀ କହିଥିଲେ।

ଆଜି ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଯେ, ମୋର ହେଲିକପ୍ଟରରେ କିଛି ସମସ୍ୟା ଥିବାରୁ ମୁଁ ଆଜି ରାଲିରେ ଟିକେ ବିଳମ୍ବରେ ପହଞ୍ଚିଲି, କିନ୍ତୁ ମୁଁ ଏହାକୁ ଷଡ଼ଯନ୍ତ୍ର ବୋଲି କହିବି ନାହିଁ। ପଶ୍ଚିମବଙ୍ଗର ରାଣିବନ୍ଧରେ ଆଜି ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିବା ଏକ ରାଲିରେ ଯୋଗ ଦେଇ ଅମିତ ଶାହା ଏଭଳି କହିଥିବା ଜଣାପଡ଼ିଛି।

Mamata Banerjee govt's reason to block Amit Shah's chopper landing don't hold up, Airport not under construction: Report
OpIndia

ଏହା ସହ ସେ କହିଛନ୍ତି ଯେ, ମମତା-ଜୀଙ୍କର ଗୋଡ଼ରେ ଆଘାତ ଲାଗିଛି, ସେ ଆଘାତ ତାଙ୍କୁ କିପରି ଲାଗିଲା ତାହା ଜଣା ପଡିନାହିଁ। ତୃଣମୂଳ କଂଗ୍ରେସ ଏହାକୁ ଏକ ଷଡଯନ୍ତ୍ର ବୋଲି କହୁଛି, କିନ୍ତୁ ନିର୍ବାଚନ ଆୟୋଗ ଏହା ଏକ ଦୁର୍ଘଟଣା ବୋଲି କହିଛନ୍ତି। ଦିଦି, ତୁମେ ଏକ ହ୍ୱିଲ୍ ଚେୟାରରେ ବୁଲୁଛ ଏବଂ କେବଳ ତୁମର ଗୋଡ଼ ବିଷୟରେ ଚିନ୍ତା କରୁଛ। କିନ୍ତୁ ମୋର ୧୩୦ ଦଳୀୟ କର୍ମୀଙ୍କ ମା’ଙ୍କ ଯନ୍ତ୍ରଣା ବିଷୟ‌ରେ ନୁହେଁ, ଯେଉଁମାନଙ୍କୁ ହତ୍ୟା କରାଯାଇଛି। ତେବେ ଅମିତ ଶାହାଙ୍କ ଏଭଳି ମନ୍ତବ୍ୟକୁ ନେଇ ମମତା ବାନାର୍ଜୀ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର