କେଜ୍ରିୱାଲଙ୍କ ‘ଭବିଷ୍ୟବାଣୀ’ ଭାଷଣକୁ ନେଇ ଆପ୍‌କୁ ଟ୍ରୋଲ୍ କଲେ ନେଟିଜେନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବାହୁସ୍ଫୋଟ-ମରା ‘ଭବିଷ୍ୟବାଣୀ’କୁ ନେଟିଜେନ (ଇଣ୍ଟରନେଟ ବ୍ୟବହାରକାରୀ)ମାନେ ସାମାଜିକ ଗଣମାଧ୍ୟମରେ ସେୟାର କରି ଆପ୍‌କୁ ଟ୍ରୋଲ କରିଛନ୍ତି।

ଗୁଜରାଟ ନିର୍ବାଚନରେ ବିଜେପି ୧୫୦ରୁ ଅଧିକ ଆସନ ପାଇଥିବା ବେଳେ ଆପ୍ ମାତ୍ର ୫ଟି ଆସନ ପାଇଛି। ଅଥଚ କେଜ୍ରିୱାଲ ବାହୁସ୍ଫୋଟ ମାରୁଥିଲେ ଯେ ତାଙ୍କ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଗୁଜରାଟରେ ସରକାର ଗଢ଼ିବ। କିନ୍ତୁ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଓ ଦଳର ରାଜ୍ୟ ମୁଖ୍ୟ ମଧ୍ୟ ପରାଜୟ ବରଣ କରିଛନ୍ତି। ବିଜେପି ଆଶାତୀତ ଆସନରେ ଜିତି ଷଷ୍ଠଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ ପ୍ରଚାର ବେଳେ କେଜ୍ରିୱାଲ ଗୁଜରାଟ ଯାଇ ମାଗଣା ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଆଦି କେତେ କ’ଣ ଯାଚିଥିଲେ। କିନ୍ତୁ ଲୋକେ ତାଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କଲେନି। କେଜ୍ରିୱାଲଙ୍କ ଆଉ ଏକ ଭିଡ଼ିଓ କ୍ଲିପ୍ ମଧ୍ୟ ନେଟିଜେନମାନେ ସେୟାର କରିଛନ୍ତି, ଯେଉଁଥିରେ ସେ କହିବାର ଶୁଣାଯାଉଛି: ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଏକ ରିପୋର୍ଟ ଅନୁସାରେ ଏହି ନିର୍ବାଚନ ପରେ ଗୁଜରାଟରେ ଆପ୍ ସରକାର ଗଢ଼ିବାକୁ ଯାଉଛି।

ସମ୍ବନ୍ଧିତ ଖବର