ରାଜ୍ୟସଭାରେ ପାରିତ ହେଲା ଏନ୍‌ଆଇଏ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ : ଦେଶର ସୁରକ୍ଷା ଦିଗକୁ ସୁଦୃଢ଼ କରିବା ପାଇଁଆଜି ରାଜ୍ୟସଭାରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ସଂଶୋଧନ ବିଲ୍‌ ୨୦୧୯ ପାରିତ ହୋଇଛି। ଏହାଦ୍ବାରା ଭାରତ ବିରୋଧରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ତଦନ୍ତ ପାଇଁ ଏନ୍‌ଆଇଏକୁ ଅଧିକ କ୍ଷମତା ମିଳିପାରିବ। ମାନବ ଚାଲାଣ, ସାଇବର ଆତଙ୍କବାଦ, ନିଷେଧ ଅସ୍ତ୍ରର ନିର୍ମାଣ ଏବଂ ବିକ୍ରି ଆଦି ମାମଲାର ତଦନ୍ତ ପାଇଁ ଏହି ବିଲ୍‌ ଏନ୍‌ଆଇଏକୁ କ୍ଷମତା ପ୍ରଦାନ କରିବ। ‌ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୋକସଭାରେ ଏହି ବିଲ୍‌କୁ ବିରୋଧ କରାଯାଇଥିଲେ ମଧ୍ୟ ରାଜ୍ୟସଭାରେ ଏହା ବିନା ପ୍ରତିବାଦରେ ପାରିତ ହୋଇଛି। ତେବେ ବିରୋଧୀ ଦଳଗୁଡ଼ିକ ଏନ୍‌ଆଇଏ ବିଲ୍‌ର ଅପବ୍ୟବହାର ନେଇ ପ୍ରଶ୍ନ ଉଠାଇବାପରେ ଗୃହମନ୍ତ୍ରୀ ଅମିତ ଶାହ ଆଶ୍ବାସନା ଦେଇ କହିଥିଲେ ଯେ କୌଣସି ପରିସ୍ଥିତିରେ ବି ଏହି ବିଲ୍‌ର ଅପବ୍ୟବହାର ହେବନାହିଁ।

ସମ୍ବନ୍ଧିତ ଖବର