ଏପର୍ଯ୍ୟନ୍ତ ଉତ୍ତର କୋରିଆର କୌଣସି ବ୍ୟକ୍ତି କରୋନାଭାଇରସ୍ ଆକ୍ରାନ୍ତ ହୋଇନାହାନ୍ତି: ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଢ଼ୋକ୍ତି

ସିଓଲ୍: ଉତ୍ତର କୋରିଆ ସମ୍ପୂର୍ଣ୍ଣ କରୋନାଭାଇରସ୍ ମୁକ୍ତ ବୋଲି ପିୟୋଙ୍ଗୟାଙ୍ଗର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଦୃଢ଼ତାc ସହ କହିଛନ୍ତି ।

ପଡ଼ୋଶୀ ଚୀନରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ ହେବା ପରେ ଜାନୁଆରି ମାସରେ ଉତ୍ତର କୋରିଆ ତା’ର ସୀମାରେ ଥିବା ପ୍ରବେଶପଥଗୁଡ଼ିକୁ ବନ୍ଦ କରି ଦେଇଥିଲା । ଏଥିସହ କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଦୃଢ଼ କଟକଣା ଲାଗୁ କରିଥିଲା ।

ଏ ସବୁ ଉଦ୍ୟମ ସଫଳ ହୋଇଛି ବୋଲି ଉତ୍ତର କୋରିଆର ସେଣ୍ଟ୍ରାଲ୍ ଏମର୍ଜେନସି ଆଣ୍ଟି-ଏପିଡେମିକ୍ ହେଡକ୍ୱାର୍ଟର୍ସର ମହାମାରୀ ନିରୋଧକ ବିଭାଗର ନିର୍ଦେଶକ ପାକ୍ ମିୟୋଙ୍ଗ୍ ସୁ କହିଛନ୍ତି ।

Image Source: Al Jazeera

ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆମ ଦେଶରେ କୌଣସି ଜଣେ ବ୍ୟକ୍ତି ଅଭିନବ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ସଂକ୍ରମଣ ନ କରାଇ ଦେବା ନିମନ୍ତେ ଆମେ ପ୍ରତିରକ୍ଷାତ୍ମକ ଓ ବୈଜ୍ଞାନିକ ପଦକ୍ଷେପମାନ ଗ୍ରହଣ କରିଥିଲୁ । ଆମ ଦେଶକୁ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ସହ କ୍ୱାରେଣ୍ଟିନରେ ରଖୁଥିଲୁ । ସମସ୍ତ ସାମଗ୍ରୀକୁ ତନ୍ନ ତନ୍ନ କରି ବିଶୋଧନ କରୁଥିଲୁ । ସୀମା ବନ୍ଦ କରିବା ସହ ସମୁଦ୍ର ଓ ଆକାଶ ପଥ ବନ୍ଦ କରିଥିଲୁ ।

ସମ୍ବନ୍ଧିତ ଖବର